ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ମଝିନଈରେ ବୁଡିଗଲା ଡଙ୍ଗା; ଚାଲିଗଲା ୫୮ଜୀବନ

ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।

ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ମଝିନଈରେ ବୁଡିଗଲା ଡଙ୍ଗା; ଚାଲିଗଲା ୫୮ଜୀବନ

ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କହିବା ଅସମ୍ଭବ। ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିଲେ, ହେଲେ ମଝି ନଈରେ ବୁଡିଗଲା ଡଙ୍ଗା। ଫଳରେ ଏଥିରେ ଥିବା ୫୮ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଦୁଃଖଦ ଖବର ଆସିଛି କେନ୍ଦ୍ରୀୟ ଆଫ୍ରିକୀୟ ଗଣତନ୍ତ୍ରର ରାଜଧାନୀ ବାଙ୍ଗୁଇରୁ। ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି।

ଶୁକ୍ରବାର ମପକୋ ନଦୀରେ ଏହି ଦୁର୍ଘଟଣା ଘଟିଛି। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଡଙ୍ଗାଟିରେ ପ୍ରାୟ ୩୦୦ରୁ ଅଧିକ ଲୋକ ବେଙ୍ଗୁଇରୁ ପ୍ରାୟ ୪୫କିଲୋମିଟର ଦୂରରେ ଥିବା ଗ୍ରାମ ପ୍ରଧାନଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିଲେ। ଡଙ୍ଗାଟିର କ୍ଷମତାରୁ ଅଧିକ ଲୋକ ଯାତ୍ରା କରୁଥିଲେ। କିଛି ଯାତ୍ରୀ ଛିଡା ହୋଇଥିଲେ। ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଥିଲା। ସ୍ଥାନୀୟ ଡଙ୍ଗା ଚାଳକ ଏବଂ ମତ୍ସ୍ୟଜୀବୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଉଦ୍ଧାରକାରୀ ଟିମ୍ ପ୍ରାୟ ୪୦ମିନିଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ମୋଟରସାଇକେଲ ଟ୍ୟାକ୍ସି ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା। ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ। ସରକାରୀ ମୁଖପାତ୍ର ମ୍ୟାକ୍ସାଇମ ବାଲାଲୋ ଘଟଣାର ତଦନ୍ତ ଆରମ୍ଭ କରି ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପାଣ୍ଠି ଗଠନ କରିବାକୁ ଘୋଷଣା କରିଛନ୍ତି। ନଦୀ ପରିବହନ ସୁରକ୍ଷା ନିୟମାବଳୀକୁ ଭଲ ଭାବରେ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।