ଅନ୍ଲାଇନ ଗେମ୍ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ
ଭୁବନେଶ୍ୱର,୬।୧୨(ସତ୍ୟଜିତ୍ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍ଲାଇନ ଗେମ୍ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ଶଶାଙ୍କ ଶେଖର ଶତପଥୀ (୨୨)। ଗୁରୁବାର ଭୋର ପ୍ରାୟ ୫ଟା ବେଳେ ଫ୍ୟାନ୍ ଲାଗିଥିବା ପାଇପ୍ରେ ଗାମୁଛା ଦ୍ୱାରା ଶଶାଙ୍କ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି […] The post ଅନ୍ଲାଇନ ଗେମ୍ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ appeared first on Dharitri Odia News.
ଭୁବନେଶ୍ୱର,୬।୧୨(ସତ୍ୟଜିତ୍ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍ଲାଇନ ଗେମ୍ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ଶଶାଙ୍କ ଶେଖର ଶତପଥୀ (୨୨)। ଗୁରୁବାର ଭୋର ପ୍ରାୟ ୫ଟା ବେଳେ ଫ୍ୟାନ୍ ଲାଗିଥିବା ପାଇପ୍ରେ ଗାମୁଛା ଦ୍ୱାରା ଶଶାଙ୍କ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଭାଇ କ୍ଷୀରୋଦ ଶତପଥୀଙ୍କ ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୮/୨୦୨୪) ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପୋଲିସ ଶଶାଙ୍କଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ଶଶାଙ୍କ ଅନ୍ଲାଇନ୍ ଗେମ୍ରେ ସଂଶ୍ଳିଷ୍ଟ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଶଶାଙ୍କ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ପଛର ସ୍ପଷ୍ଟ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି।
ଶଶାଙ୍କ ସେବାୟତ ପରିବାରର ହୋଇଥିବାବେଳେ ସେ ଲିଙ୍ଗରାଜ ମନ୍ଦିରରେ ପୂଜା କାର୍ଯ୍ୟ କରୁଥିଲେ। ତେବେ ସେ ବିଭିନ୍ନ ସମୟରେ ମୋବାଇଲରେ ଅନ୍ଲାଇନ ଗେମ୍ ଖେଳୁଥିଲେ। ଏପରିକି ଗେମ୍ରେ ନିବେଶ ପାଇଁ ବିଭିନ୍ନ ଲୋକଙ୍କଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ। ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଶଶାଙ୍କ ଗେମ୍ ଖେଳୁଥିଲେ। ଖୁଡ଼ୀ ବାରଣ କରିବାରୁ ସେ ତାଙ୍କ ରୁମ୍ରେ ଯାଇ ଶୋଇଥିଲେ। ସକାଳେ ପରିବାର ଲୋକ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ। ପୋଲିସ ଘଟଣା ସଂକ୍ରାନ୍ତରେ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ଶଶାଙ୍କଙ୍କ ମୋବାଇଲ ଜବତ କରି ଅଧିକ ଖୋଳତାଡ଼ କରୁଛି। ଏଥିସହ ଅଧିକ ତଥ୍ୟ ପାଇଁ ଶଶାଙ୍କଙ୍କ ମୋବାଇଲ ନମ୍ବରରୁ କଲ୍ ଡିଟେଲ୍ସ ରିପୋର୍ଟ (ସିଡିଆର୍) ମଧ୍ୟ ମଗାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
The post ଅନ୍ଲାଇନ ଗେମ୍ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ appeared first on Dharitri Odia News.