ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଏହି କ୍ରିକେଟର୍‌: ମଗାଇଥିଲେ ଖାଦ୍ୟ…ତା’ପରେ

ନୂଆଦିଲ୍ଲୀ,୨୫।୨: କ୍ରିକେଟର୍‌ ଦୀପକ ଚହର ଦୀର୍ଘ ଦିନ ହେବ ଟିମ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଯଦିଓ ତାଙ୍କର ସାମଗ୍ରିକ ପ୍ରଦର୍ଶନ ଭଲ ହୋଇଛି। ଦୀପକ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ନିକଟରେ ଚହରଙ୍କ ସହ ଏକ ଠକେଇ ଘଟିଥିଲା। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଚହର ଏକ ଅନଲାଇନ ଫୁଡ୍‌ ଡେଲିଭରୀ ଆପରୁ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଖାଦ୍ୟ ତାଙ୍କ ପାଖରେ ପହଞ୍ଚିଲା ନାହିଁ। କମ୍ପାନୀର ସୋସିଆଲ […] The post ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଏହି କ୍ରିକେଟର୍‌: ମଗାଇଥିଲେ ଖାଦ୍ୟ…ତା’ପରେ appeared first on Dharitri Odia News.

ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଏହି କ୍ରିକେଟର୍‌: ମଗାଇଥିଲେ ଖାଦ୍ୟ…ତା’ପରେ

ନୂଆଦିଲ୍ଲୀ,୨୫।୨: କ୍ରିକେଟର୍‌ ଦୀପକ ଚହର ଦୀର୍ଘ ଦିନ ହେବ ଟିମ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଯଦିଓ ତାଙ୍କର ସାମଗ୍ରିକ ପ୍ରଦର୍ଶନ ଭଲ ହୋଇଛି। ଦୀପକ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ନିକଟରେ ଚହରଙ୍କ ସହ ଏକ ଠକେଇ ଘଟିଥିଲା। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଚହର ଏକ ଅନଲାଇନ ଫୁଡ୍‌ ଡେଲିଭରୀ ଆପରୁ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଖାଦ୍ୟ ତାଙ୍କ ପାଖରେ ପହଞ୍ଚିଲା ନାହିଁ। କମ୍ପାନୀର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଟ୍ୟାଗ କରି ଚହର ଏହା ଉପରେ ଅଭିଯୋଗ କରିଛନ୍ତି।
ଦୀପକ ଚହର ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଖାଦ୍ୟ କ୍ରମର ସବିଶେଷ ସ୍କ୍ରିନସଟ ଶେୟାର କରିଛନ୍ତି। ଚହର କ୍ୟାପସନରେ ଲେଖିଛନ୍ତି, ଭାରତରେ ନୂଆ ଠକେଇ। ଖାଦ୍ୟ ଅର୍ଡର, କିନ୍ତୁ ଖାଦ୍ୟ ମିଳିଲା ନାହିଁ। ଯେତେବେଳେ ମୁଁ ଗ୍ରାହକ ସେବାକୁ ଫୋନ୍‌ କଲି,ସେମାନେ କହିଥିଲେ ଖାଦ୍ୟ ଡେଲିଭର ହୋଇଯାଇଛି ଏବଂ ମୁଁ ମିଛ କହୁଛି। ମୁଁ ନିଶ୍ଚିତ ଯେ ଅନେକ ଲୋକ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ କରୁଥିବେ।
ଦୀପକ ଚହର ମଧ୍ୟ ଫୁଡ୍‌ ଡେଲିଭରୀ କମ୍ପାନୀକୁ ଏକ୍ସରେ ଟ୍ୟାଗ କରିଛନ୍ତ। କମ୍ପାନୀ ଦୀପକଙ୍କୁ ଜବାବ ଦେଇ ଲେଖିଛି, ହାଏ ଦୀପକ, ଆମେ ଆପଣଙ୍କ ଅଭିଜ୍ଞତା ପାଇଁ ବହୁତ ଚିନ୍ତିତ ଏବଂକୌଣସି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ନିଶ୍ଚିତ ହୁଅ, ଆମେ ଏହିପରି ସମସ୍ୟାକୁ ଗମ୍ଭୀରତାର ସହ ନେଇଛୁ ଏବଂ ଶୀଘ୍ର ଏହାର ସମାଧାନ କରିବୁ।