ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର କଲା ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲାରେ। ମିଳିଥିବା ସୂଚନା ମୁତାବକ ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ସରେଇପାଲି ଗ୍ରାମର ସିମନ୍ତ […] The post ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର appeared first on Dharitri Odia News.
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର କଲା ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲାରେ।
ମିଳିଥିବା ସୂଚନା ମୁତାବକ ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ସରେଇପାଲି ଗ୍ରାମର ସିମନ୍ତ ମିର୍ଧା କାମ ଅନ୍ବେଷରେ ୬ବର୍ଷ ତଳେ ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳକୁ ଚାଲି ଯାଇଥିଲେ । ସେଠାରେ ସେ ଅନ୍ୟ ଏକ ଜାତିର ଝିଅ ସହିତ ପ୍ରେମ ବିବାହ କରିଥିଲେ। ଅନ୍ୟଜାତିରେ ପ୍ରେମ ବିବାହ କରିଥିବାରୁ ଘରେ ଜାତି ସମାଜରେ ବାସନ୍ଦ ହୋଇଥିଲେ ।
ହେଳେ ଶନିବାର ସାମାନ୍ୟ ଘର ଭାଗ ବଣ୍ଟାକୁ ନେଇ ସାନ ଭାଇ ରାମକୃଷ୍ଣ ମିର୍ଧାଙ୍କ ସହିତ ବଚସା ହୋଇଥିଲା ଓ ବଚସା ଏତେ ଉତକ୍ଷିପ୍ତ ହୋଇଥିଲା ଯେ, ଘଟଣାଟି ମରଣାନ୍ତକ ଆକ୍ରମଣ ଯାଏ ପହଁଞ୍ଚି ଥିଲା । ଶେଷରେ ସାନ ଭାଇ ରାମକୃଷ୍ଣଙ୍କ ଠେଙ୍ଗା ମାଡ଼ରେ ବଡ ଭାଇ ସିମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଅମ୍ବାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ରାମକୃଷ୍ଣ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସିମନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲା । ହେଲେ ସିମନ୍ତ ଅନ୍ୟଜାତିରେ ବାହା ହୋଇଥିବାରୁ ପରିବାର ସମାଜରେ କେହି ଧରାଛୁଆ ଦେଇ ନ ଥିଲେ। ମୃତଦେହ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିବା ବେଳେ ଅମ୍ବାଭୋନା ପୋଲିସର ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ପିପଳମୁଣ୍ଡା ସ୍ବର୍ଗ ଦ୍ୱାରରେ ସସମ୍ମାନେ ସିମନ୍ତଙ୍କ ସତ୍କାର କରଯାଇଥିଲା। ସିମନ୍ତଙ୍କ ସ୍ତ୍ରୀ ଓ ମା’ଙ୍କ ସମେତ ୬ବର୍ଷର ଝିଅ ଉପସ୍ଥିତ ରହିଥିବା ବେଳେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଅନନ୍ତ ସାହୁ, ଶେଷଦେବ ପଧାନ, ସଶାଙ୍କ ଦିୱାନ, ଜି. ରମେଶ ପ୍ରମୁଖ ସତ୍କାର କରିଥିଲେ।
The post ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର appeared first on Dharitri Odia News.