ଏମ୍କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍
ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ ଭବନ ରୋଡସ୍ଥ ଏକ ବ୍ୟବସାୟ ପ୍ରତିଷ୍ଠାନ ଛାତ ଉପରେ କାମ କରୁଥିବା ଜଣେ ଯୁବ ଶ୍ରମିକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ ନିଆଯିବା ପରେ […] The post ଏମ୍କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍ appeared first on Dharitri Odia News.
ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ ଭବନ ରୋଡସ୍ଥ ଏକ ବ୍ୟବସାୟ ପ୍ରତିଷ୍ଠାନ ଛାତ ଉପରେ କାମ କରୁଥିବା ଜଣେ ଯୁବ ଶ୍ରମିକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ ନିଆଯିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ବଡ଼ ଡ଼ାକ୍ତରଖାନାରେ ବର୍ନ କେୟାର ୟୁନିଟ ନ ଥିବାରୁ ଉପଯୁକ୍ତ ଚିକିତ୍ସା ହୋଇପାରି ନ ଥିବା ଅଭିଯୋଗ କରି ଭାଜପା ଆନ୍ଦୋଳନକୁ ଓହ୍ଲାଇଥିଲା। ପାର୍ଟିର ଜିଲା ଉପସଭାପତି ରାମ କୁମାର ପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏହାର ନେତୃତ୍ୱ ନେଇଥିବା ବେଳେ ଶତାଧିକ କର୍ମୀ ସାମିଲ ହୋଇଥିଲେ।
ବିକ୍ଷୋଭ ସ୍ଥଳରେ କାହ୍ନୁ ପତି କହିଛନ୍ତି, ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ଏମ୍କେସିଜିରେ ବର୍ନ କେୟାର ୟୁନିଟ ନଥିବାରୁ ପୋଡ଼ି ହୋଇ ଆସୁଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧା ମିଳୁନି। ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା କିମ୍ବା ଅନ୍ୟତ୍ର ପଠାଯାଉଛି। ୨ବର୍ଷ ତଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହି ବସ ଉପରେ ୧୧ କେଭି ବିଦ୍ୟୁତ ତାର ପଡ଼ିଯାଇଥିଲା। ଏକ ସାମାଜିକ କାର୍ଯ୍ୟକ୍ରମକୁ ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କ ଘଟଣାସ୍ଥଳରେ ଅକାଳରେ ଜୀବନ ଯାଇଥିଲା। ଆଉ କେତେକ ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ଚିକିତ୍ସା ପାଇଁ ସୁବିଧା ନ ଥିବାରୁ କଟକ ଓ ବିଶାଖାପାଟଣାମ୍ ପଠାଯାଇଥିଲା। ତେଣୁ ତୁରନ୍ତ ବର୍ନ ବିଭାଗ ଖୋଲିବାକୁ ଭାଜପା ମେଡିକାଲ ପରିସରରେ ଆନ୍ଦୋଳନ କରିଥିଲା। ସେ ସମୟରେ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଥିଲେ। ଏବେ ବି ଏହା ଖୋଲାଯାଇ ନ ଥିବା ରାମ ପାତ୍ର ଓ କାହ୍ନୁ ପତି କହିଛନ୍ତି। ସୂଚନାଯୋଗ୍ୟ, ଆରଡିସି ବଡ଼ ମେଡିକାଲ ସ୍ବାସ୍ଥ୍ୟ ସମିତିର ମୁଖ୍ୟ ଅଛନ୍ତି। ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଆସନ୍ତା ଫେବୃୟାରୀ ୮ ତାରିଖ ସୁଦ୍ଧା ବର୍ନ ୟୁନିଟ ଖୋଲିବାକୁ ଦାବି କରାଯାଇଛି। ନଚେତ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କୌଣସି ଅଘଟଣ ଘଟିଲେ ସରକାର ଦାୟୀ ହେବେ ବୋଲି ସ୍ପଷ୍ଟ କରାଯାଇଛି। ଆନ୍ଦୋଳନ ବେଳେ ଜିଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ସୁନିଲ ସାହୁ ଓ ପୁରୁଖା ନେତା ଗୋପିନାଥ ପଣ୍ଡା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଏମ୍କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍ appeared first on Dharitri Odia News.