ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏବେ ଇଣ୍ଡିଆ ଭୁଶୁଡ଼ିବାକୁ ଯାଉଛି। ନୀତୀଶ ଜାଣି ସାରିଛନ୍ତି “ସର୍ବଶକ୍ତିମାନ” ଭାଜପା ବିରୋଧରେ ଲଢ଼ିବାକୁ ଇଣ୍ଡିଆ ସକ୍ଷମ ନୁହେଁ। ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ବିହାରରେ ଇଣ୍ଡିଆର ସହଯୋଗୀ ପ୍ରାୟତଃ ଶେଷ ହୋଇଛନ୍ତି। କଂଗ୍ରେସ ବାରମ୍ବାର ନୀତୀଶଙ୍କୁ […] The post ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ… appeared first on Dharitri Odia News.

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏବେ ଇଣ୍ଡିଆ ଭୁଶୁଡ଼ିବାକୁ ଯାଉଛି। ନୀତୀଶ ଜାଣି ସାରିଛନ୍ତି “ସର୍ବଶକ୍ତିମାନ” ଭାଜପା ବିରୋଧରେ ଲଢ଼ିବାକୁ ଇଣ୍ଡିଆ ସକ୍ଷମ ନୁହେଁ।

ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ବିହାରରେ ଇଣ୍ଡିଆର ସହଯୋଗୀ ପ୍ରାୟତଃ ଶେଷ ହୋଇଛନ୍ତି। କଂଗ୍ରେସ ବାରମ୍ବାର ନୀତୀଶଙ୍କୁ ଅପମାନିତ କରିଥିଲା। ଶେଷରେ ନୀତୀଶ ଏଭଳି ପଦକ୍ଷେପ ଗ୍ରହଣ କଲେ।

ପାଟନାରେ ଅନେକ ଦଳଙ୍କୁ ଏକାଠି କରିବାରେ ନୀତୀଶ ସଫଳ ହୋଇଥିଲେ ମଧ୍ୟ ସମଗ୍ର ପ୍ରକ୍ରିୟା ଏତେ ମନ୍ଥର ହୋଇଥିଲା ଯେ ଲୋକସଭା ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ନେତୃତ୍ୱ ଏବଂ ଏଜେଣ୍ଡା ଉପରେ ଇଣ୍ଡିଆ ପକ୍ଷରୁ କୌଣସି ବୈଠକ କରାଯାଇ ନ ଥିଲା। ତେଣୁ ବିହାରରେ ଶାସକ ‘ଗ୍ରାଣ୍ଡ ଆଲାଇନ୍ସ’ ଛାଡି ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସକୁ ଫେରିବାକୁ ଯୋଜନା କରୁଛନ୍ତି।

 

The post ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ… appeared first on Dharitri Odia News.