ଅପମିଶ୍ରଣ କାରଖାନାରେ ଚଢାଉ, ବିପୁଳ ପରିମାଣର ନକଲି ଘିଅ ଓ କ୍ଷୀର ଜବତ

ନିଆଳି ୨୨/୦୬: କଟକ ଜିଲ୍ଲା ନିଆଳି ଥାନା ଅଧିନ ନୂଆଗାଁରେ ଦୀର୍ଘ ବର୍ଷ ହେବ ପ୍ରାଚୀ ଫୁଡ୍ସ ପ୍ରଡ଼କ୍ଟ ସଂସ୍ଥା ପକ୍ଷରୁ କ୍ଷୀର, ଖୁଆ ଓ ଘିଅ ଇତ୍ୟାଦି ପ୍ରସ୍ତୁତ ହୋଇ ଆସୁଥିଲା । ମାତ୍ର ଏହି କାରବାର ନକଲି ଏବଂ ଏଠାରେ ଅପମିଶ୍ରଣ କାରଖାନା ଚାଲିଥିବା ଅଭିଯୋଗରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ନିଆଳି ତହସିଲଦାର ଏବଂ ନିଆଳି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଅଧିକାରୀମାନେ ସେଠାରେ ବିପୁଳ ନକଲି ଘିଅ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଗୋଦାମ ରେ ମହଜୁଦ ଥିବା ବିଭିନ ନାମି ଓ ବେନାମି କମ୍ପାନୀର ଦୁଗ୍ଧ ଓ ଅନ୍ୟାନ୍ୟ ପାଉଡରର ସାମ୍ପୁଲ ସଂଗ୍ରହ କରିଥିଲେ ଅଧିକାରୀ । ଏଥି ସହିତ ସମସ୍ତ କାଗଜ ପତ୍ର ମଧ୍ୟ ରାତି ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ସେହିପରି ଜହ୍ଲାର ପୁର ଏବଂ କପାସୀର ଦୁଇଟି ସଂସ୍ଥା ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାମ୍ପୁଲ ଅଣାଯାଇଥିବା ଏବଂ ସେଗୁଡ଼ିକୁ ଟେଷ୍ଟ ପାଇଁ ପଠାଯିବା ବୋଲି କହିଛନ୍ତି ଅଧିକରୀ । ଅନ୍ୟପକ୍ଷରେ  ନକଲି ନୁହେଁ ଅସଲି ପ୍ରଡକ୍ଟ ବ୍ୟବସାୟ  କରୁଥିବା କହିଛନ୍ତି ପ୍ରାଚୀ ଫୁଡ୍ ପ୍ରଡକ୍ଟର ମାଲିକ । 

ଅପମିଶ୍ରଣ କାରଖାନାରେ ଚଢାଉ, ବିପୁଳ ପରିମାଣର ନକଲି ଘିଅ ଓ କ୍ଷୀର ଜବତ

ନିଆଳି ୨୨/୦୬: କଟକ ଜିଲ୍ଲା ନିଆଳି ଥାନା ଅଧିନ ନୂଆଗାଁରେ ଦୀର୍ଘ ବର୍ଷ ହେବ ପ୍ରାଚୀ ଫୁଡ୍ସ ପ୍ରଡ଼କ୍ଟ ସଂସ୍ଥା ପକ୍ଷରୁ କ୍ଷୀର, ଖୁଆ ଓ ଘିଅ ଇତ୍ୟାଦି ପ୍ରସ୍ତୁତ ହୋଇ ଆସୁଥିଲା । ମାତ୍ର ଏହି କାରବାର ନକଲି ଏବଂ ଏଠାରେ ଅପମିଶ୍ରଣ କାରଖାନା ଚାଲିଥିବା ଅଭିଯୋଗରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ନିଆଳି ତହସିଲଦାର ଏବଂ ନିଆଳି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । 

ଅଧିକାରୀମାନେ ସେଠାରେ ବିପୁଳ ନକଲି ଘିଅ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଗୋଦାମ ରେ ମହଜୁଦ ଥିବା ବିଭିନ ନାମି ଓ ବେନାମି କମ୍ପାନୀର ଦୁଗ୍ଧ ଓ ଅନ୍ୟାନ୍ୟ ପାଉଡରର ସାମ୍ପୁଲ ସଂଗ୍ରହ କରିଥିଲେ ଅଧିକାରୀ । ଏଥି ସହିତ ସମସ୍ତ କାଗଜ ପତ୍ର ମଧ୍ୟ ରାତି ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । 

ସେହିପରି ଜହ୍ଲାର ପୁର ଏବଂ କପାସୀର ଦୁଇଟି ସଂସ୍ଥା ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାମ୍ପୁଲ ଅଣାଯାଇଥିବା ଏବଂ ସେଗୁଡ଼ିକୁ ଟେଷ୍ଟ ପାଇଁ ପଠାଯିବା ବୋଲି କହିଛନ୍ତି ଅଧିକରୀ । ଅନ୍ୟପକ୍ଷରେ  ନକଲି ନୁହେଁ ଅସଲି ପ୍ରଡକ୍ଟ ବ୍ୟବସାୟ  କରୁଥିବା କହିଛନ୍ତି ପ୍ରାଚୀ ଫୁଡ୍ ପ୍ରଡକ୍ଟର ମାଲିକ ।