ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସିର ପଦକ୍ଷେପ, ରାସ୍ତା କଡ଼ ଖାଦ୍ୟ ଷ୍ଟଲ ଯାଞ୍ଚ
କଟକ: ଶନିବାର ଗଣେଶ ପୂଜା। ଗଣେଶ ପୂଜା ସହ ଆରମ୍ଭ ହୋଇଯିବ ପାର୍ବଣ ଋତୁର ଆରମ୍ଭ । ପାର୍ବଣରେ ଲୋକେ ପୂଜା ସମୟରେ ମେଢ଼ ବୁଲିବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ମାତ୍ର ଅନେକ ସମୟରେ ଲାଭ ପାଇଁ କିଛି ବ୍ୟବସାୟୀ ଖରାପ ତଥା ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବାର ଦେଖିବାକୁ ମିଳିଥାଏ। ଏମିତିକି ବାସୀ ଖାଦ୍ୟକୁ ଅପମିଶ୍ରିତ କରିଥାନ୍ତି କିଛି ବ୍ୟବସାୟୀ। ତେଣୁ ପାର୍ବଣ ଋତୁ ଆସୁଥିବାରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛି ସିଏମସି । ପୂଜା ସମୟରେ ଯେପରି ଅପମିଶ୍ରିତ ଖାଦ୍ୟ ବିକ୍ରି ନହେବ ସେନେଇ ପଦକ୍ଷେପ ନେଇ ସିଏମସି ସ୍ବାସ୍ଥ୍ଯ ବିଭାଗ। ଶୁକ୍ରବାର ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ରାସ୍ତା କଡ଼ ଖାଦ୍ୟ ଦୋକାନ ଉପରେ ଚଢାଉ କରାଯାଇଛି ।ଫୁଡ ଲାଇସେନ୍ସ ଯାଞ୍ଚ ସହ ଅପମିଶ୍ରିତ ଖାଦ୍ୟ, ଅସ୍ୱାସ୍ଥ୍ୟକର ଭାବେ ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି ସମ୍ପର୍କରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ରାଣୀହାଟ କ୍ଲକ ଟାଓ୍ବାର ଛକ ଓ ଯୋବ୍ରା ବୋଟ୍ କ୍ଲବ ନିକଟରେ ବଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଭଳି ଯାଞ୍ଚ ଜୋରଦାର କରାଯାଇଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
କଟକ: ଶନିବାର ଗଣେଶ ପୂଜା। ଗଣେଶ ପୂଜା ସହ ଆରମ୍ଭ ହୋଇଯିବ ପାର୍ବଣ ଋତୁର ଆରମ୍ଭ । ପାର୍ବଣରେ ଲୋକେ ପୂଜା ସମୟରେ ମେଢ଼ ବୁଲିବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ମାତ୍ର ଅନେକ ସମୟରେ ଲାଭ ପାଇଁ କିଛି ବ୍ୟବସାୟୀ ଖରାପ ତଥା ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବାର ଦେଖିବାକୁ ମିଳିଥାଏ। ଏମିତିକି ବାସୀ ଖାଦ୍ୟକୁ ଅପମିଶ୍ରିତ କରିଥାନ୍ତି କିଛି ବ୍ୟବସାୟୀ।
ତେଣୁ ପାର୍ବଣ ଋତୁ ଆସୁଥିବାରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛି ସିଏମସି । ପୂଜା ସମୟରେ ଯେପରି ଅପମିଶ୍ରିତ ଖାଦ୍ୟ ବିକ୍ରି ନହେବ ସେନେଇ ପଦକ୍ଷେପ ନେଇ ସିଏମସି ସ୍ବାସ୍ଥ୍ଯ ବିଭାଗ। ଶୁକ୍ରବାର ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ରାସ୍ତା କଡ଼ ଖାଦ୍ୟ ଦୋକାନ ଉପରେ ଚଢାଉ କରାଯାଇଛି ।
ଫୁଡ ଲାଇସେନ୍ସ ଯାଞ୍ଚ ସହ ଅପମିଶ୍ରିତ ଖାଦ୍ୟ, ଅସ୍ୱାସ୍ଥ୍ୟକର ଭାବେ ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି ସମ୍ପର୍କରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ରାଣୀହାଟ କ୍ଲକ ଟାଓ୍ବାର ଛକ ଓ ଯୋବ୍ରା ବୋଟ୍ କ୍ଲବ ନିକଟରେ ବଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଭଳି ଯାଞ୍ଚ ଜୋରଦାର କରାଯାଇଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।