ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର ହଜାର ଯାତ୍ରୀ ଆସିଥାନ୍ତି। ହେଲେ ପ୍ଲାଟ୍‌ଫର୍ମରେ ସୁରକ୍ଷା ଅବହେଳା ଯୋଗୁ ଏହା ଦିନକୁ ଦିନ ଅପରାଧପ୍ରବଣ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନିଶାସକ୍ତ ଅବସ୍ଥାରେ ନାବାଳକମାନେ ଯାତ୍ରୀଙ୍କୁ ଛୁରାମାଡ଼କରି ଲୁଟପାଟ କରୁଛନ୍ତି। ଏହି ନାବାଳକଙ୍କ ଟାର୍ଗେଟରେ ଦୂରଗାମୀ ଟ୍ରେନ୍‌ଯାତ୍ରୀମାନେ ରହିଛନ୍ତି। ସନ୍ଧ୍ୟା କିମ୍ବା ରାତି ସମୟରେ ଟ୍ରେନ୍‌ଗୁଡିକ ପ୍ଲାଟ୍‌ଫର୍ମ ୪ […] The post ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ appeared first on Dharitri Odia News.

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର ହଜାର ଯାତ୍ରୀ ଆସିଥାନ୍ତି। ହେଲେ ପ୍ଲାଟ୍‌ଫର୍ମରେ ସୁରକ୍ଷା ଅବହେଳା ଯୋଗୁ ଏହା ଦିନକୁ ଦିନ ଅପରାଧପ୍ରବଣ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନିଶାସକ୍ତ ଅବସ୍ଥାରେ ନାବାଳକମାନେ ଯାତ୍ରୀଙ୍କୁ ଛୁରାମାଡ଼କରି ଲୁଟପାଟ କରୁଛନ୍ତି। ଏହି ନାବାଳକଙ୍କ ଟାର୍ଗେଟରେ ଦୂରଗାମୀ ଟ୍ରେନ୍‌ଯାତ୍ରୀମାନେ ରହିଛନ୍ତି। ସନ୍ଧ୍ୟା କିମ୍ବା ରାତି ସମୟରେ ଟ୍ରେନ୍‌ଗୁଡିକ ପ୍ଲାଟ୍‌ଫର୍ମ ୪ ଓ ୫ରେ ରହିଲେ ଯାତ୍ରୀମାନେ ଚଳପ୍ରଚଳ ପାଇଁ ଓହ୍ଲାଇଥାନ୍ତି। ଏହାର ସୁଯୋଗ ନେଇ ସେମାନ ଯାତ୍ରୀଙ୍କୁ ଆକ୍ରମଣକରି ମୋବାଇଲ, ଟଙ୍କା, ସୁନାଗହଣା ଲୁଟ୍‌ କରୁଥିବା ରାଉରକେଲା ରେଳବାଇ ସୁରକ୍ଷା ବଳ ଓ ଜିଆର୍‌ପି ଥାନାରେ ଅଭିଯୋଗ ହୋଇଛି। ମାର୍ଚ୍ଚ ୨୩ରେ ଉତ୍ତରପ୍ରେଦଶର ୪ ଜଣ ଯୁବକ ବିହାର ଯାତ୍ରା କରୁଥିଲେ। ରାଉରକେଲା ଷ୍ଟେଶନରେ ଟ୍ରେନ୍‌ ରହିବା ପରେ ଜଣେ ଯୁବକ ପରିସ୍ରା କରିବା ପାଇଁ ପ୍ଲାଟ୍‌ଫର୍ମର ଅନ୍ଧାରୁଆ ସ୍ଥାନକୁ ଯାଇଥିଲେ। ସେଠାରେ ଉକ୍ତ ଯାତ୍ରୀଙ୍କୁ ସଂଘବଦ୍ଧ ଭାବେ କେତେଜଣ ନାବାଳକ ଛୁରାମାଡ଼ କରିଥିଲେ। ଏନେଇ ସେ ଜିଆର୍‌ପିରେ ଅଭିଯୋଗ କରିଥିଲେ। ସେହିପରି ୨ ଦିନ ପୂର୍ବେ ସମାନ ପ୍ଲାଟ୍‌ଫର୍ମରେ ଝାଡ଼ଖଣ୍ଡର ଜଣେ ଯାତ୍ରୀଙ୍କୁ ଛୁରିରେ ଆକ୍ରମଣକରି ତାଙ୍କଠାରୁ ଦାମୀ ମୋବାଇଲ ଓ ଟଙ୍କା ଲୁଟ୍‌କରି ନେଇଛନ୍ତି। ଏହାର ଅଭିଯୋଗ ପରେ ପୋଲିସ ୨ ଜଣ ନାବାଳକଙ୍କ ସମେତ ୨ ଯୁବକଙ୍କୁ ଗିରଫ କରିଥିଲା। ଅଧିକ ସଂଖ୍ୟାରେ ମୋବାଇଲ ଛିନ୍‌ତାଇ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ରାଉରକେଲା ରେଳବାଇ ସୁରକ୍ଷା ବଳର ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୧୬ରୁ ଊର୍ଦ୍ଧ୍ୱ ମୋବାଇଲ ଓ ଦାମୀ ସାମଗ୍ରୀ ଛିନ୍‌ତାଇ ହୋଇଛି। ଏହାର ଅଦ୍ୟାବଧି ତଦନ୍ତ ଜାରି ରହିଛି। ପ୍ଲାଟ୍‌ଫର୍ମରେ ଥିବା ବ୍ୟବସାୟୀଙ୍କ ମତରେ ପ୍ଲାଟ୍‌ଫର୍ମ ୧,୨ ଓ ୩ ରେ କମ୍‌ ଅପରାଧ ହେଉଥିବା ବେଳେ ଅଧିକ ଆପରାଧିକ ମାମଲା ୪ ଓ ୫ ପ୍ଲାଟ୍‌ଫର୍ମରେ ହେଉଛି। ଏ ସମ୍ପର୍କରେ ଷ୍ଟେଶନର ସୁରକ୍ଷା ବଳ (ଆର୍‌ପିଏଫ୍‌) ଅଧିକାରୀ ଗୌତମ ପ୍ରସାଦ ଗାନ୍ଧୀଙ୍କୁ ପଚାରିବାରୁ, ପ୍ଲାଟ୍‌ଫର୍ମ ୪ ଓ ୫ ବନ୍ଧମୁଣ୍ଡା ଓ ଚକ୍ରଧରପୁର ଡାଉନ୍‌ଲାଇନରେ ରହିଛି। ଉକ୍ତ ପ୍ଲାଟ୍‌ଫର୍ମର ୪୦-୫୦ ମିଟର ପରେ ବିସ୍ତୀର୍ଣ୍ଣ ପଡ଼ିଆ। ରେଳବାଇ ସେଡ୍‌ ଓ ସିଆଇଏସ୍‌ଏଫ୍‌ର ଅବ୍ୟବହୃତ ଗୋଦାମ ରହିଛି। ଏହା ଶୂନ୍‌ଶାନ ଅଞ୍ଚଳ। ଏଠାରେ ରେଳ ବିଭାଗର ପାଚେରି ଥିଲେ ମଧ୍ୟ ତାହାକୁ ସ୍ଥାନୀୟ ଲୋକେ ଭାଙ୍ଗି ସେହି ରାସ୍ତାରେ ଯା’ଆସ କରୁଛନ୍ତି। ଅପରପକ୍ଷରେ, ଡେନ୍‌ଡ୍ରାଇଟ୍‌ ଓ ଡ୍ରଗ୍ସ ସେବନ କରୁଥିବା ନାବାଳକମାନେ ଏହି ପ୍ରକାର ଅପରାଧ ଘଟାଉଛନ୍ତି। ନିୟମିତ ପାଟ୍ରୋଲିଂ ହେଉଛି। ଷ୍ଟେଶନ ପରିସର ଓ ଟ୍ରେନ୍‌ଗୁଡ଼ିକରେ ସୁରକ୍ଷା ଦିଆଯାଉଛି। କର୍ମଚାରୀ ଅଭାବ ଯୋଗୁ ପ୍ଲାଟ୍‌ଫର୍ମରେ କର୍ମଚାରୀ ଅଧିକ ସମୟ ପାଟ୍ରୋଲିଂ କରୁପାରୁନାହାନ୍ତି। ପ୍ଲାଟ୍‌ଫର୍ମ ସଂଲଗ୍ନ ଜନବସତିରେ ମାଷ୍ଟରମାଇଣ୍ଡ ଅପରାଧୀମାନେ ନାବାଳକଙ୍କୁ ବିିଭିନ୍ନ ଅପରାଧ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଅନେକ ସମୟରେ ଜିଆର୍‌ପି ଓ ଆର୍‌ପିଏଫ୍‌ ପକ୍ଷରୁ ମିଳିତ ଅଭିଯାନ କରାଯାଉଛି। ତେବେ ନାବାଳକ ଅପରାଧୀଙ୍କ ସଂଖ୍ୟା ଅଧିକ ରହିଛି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି ବୋଲି ଆର୍‌ପିଏଫ୍‌ ଅଧିକାରୀ ଗାନ୍ଧୀ କହିଥିଲେ।

The post ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ appeared first on Dharitri Odia News.