‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ
ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର ମନ୍ତ୍ରୀ ଡା ଦିଲୀପ ଜୈସଓ୍ବାଲ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଯେ ପ୍ରତ୍ୟେକ ଜିଲାରେ ଏସ୍ଆଇଟି ଗଠନ ହେବ। ଏହାଛଡ଼ା ପ୍ରତି ଜିଲାରେ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ ହେଉଛି। ଅବୈଧ ରୂପରେ ବନ୍ଧୁକ […] The post ‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ appeared first on Dharitri Odia News.
ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର ମନ୍ତ୍ରୀ ଡା ଦିଲୀପ ଜୈସଓ୍ବାଲ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ଯେ ପ୍ରତ୍ୟେକ ଜିଲାରେ ଏସ୍ଆଇଟି ଗଠନ ହେବ। ଏହାଛଡ଼ା ପ୍ରତି ଜିଲାରେ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ ହେଉଛି। ଅବୈଧ ରୂପରେ ବନ୍ଧୁକ ନେଇ ଚାଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମାରିବାର ଆଦେଶ ସରକାର ଦେଇଛନ୍ତି। ପୋଲିସ ଏବେ ଅବୈଧ ହତିଆର ରଖି ବୁଲୁଥିବା ଅପରାଧୀଙ୍କୁ ସିଧା ଗୁଳି ମରାଯିବ ବୋଲି ଦିଲୀପ କହିଥିଲେ।
ଦିଲୀପଙ୍କ ଏହି ବୟାନ ପରେ ଆର୍ଜେଡି କଟାକ୍ଷ କରୁଛି। ଦଳର ପ୍ରମୁଖ ମୁଖପାତ୍ର ଶକ୍ତି ସିଂ ଯାଦବ କହିଛନ୍ତି, ଦିଲୀପ ଜଣେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ନେତାଙ୍କ ଯୋଗ୍ୟତା କେତେ ସମସ୍ତେ ଜାଣନ୍ତି। ନୀତୀଶଙ୍କ ଆଗପଛରେ ଚାଲୁଥିବା ଲୋକେ ଶୁଣାଣି କରନ୍ତି। ସେମାନଙ୍କ ବ୍ୟତିତ ଆଉ କାହାର କଥାର ଗୁରୁତ୍ୱ ନାହିଁ। ବିହାରର ଭବିଷ୍ୟତ ଏକ ରୋଗୀ ହାତରେ। ମନ୍ତ୍ରୀ କିଭଳି ନିର୍ଣ୍ଣୟ ନେଇପାରିବ। ଯେତେବେଳେ ସରକାର ନିର୍ଣ୍ଣୟ ନେବେ ସେତେବେଳେ ଆମେ ଜବାବ ଦେବୁ।
ସେହିଭଳି ଆର୍ଜେଡି ମୁଖପାତ୍ର ଅୟାଜ ଅହମ୍ମଦ ଦିଲୀପଙ୍କ ବୟାନକୁ ନେଇ କହିଛନ୍ତି, ବିହାରରେ କିଭଳି ସରକାର ଚାଲିଛି ଦେଖନ୍ତୁ। କେଉଁଭଳି ଆଇନକୁ ନିଜ ହାତକୁ ନିଆଯାଉଛି ତାହା ଦେଖାଯାଉଛି। ଭାରତରେ ଆଇନ ବ୍ୟବସ୍ଥା ରହିଛି। ଏହାପରେ ଅପରାଧୀଙ୍କ ଉପରେ ନିଷ୍ପତ୍ତି ନିଆଯାଇଥାଏ।
ଅପରପକ୍ଷେ ମନ୍ତ୍ରୀଙ୍କ ବୟାନକୁ ନେଇ ଜେଡିୟୁ ପ୍ରତିକ୍ରିୟା ରଖିଛି। ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ମନ୍ତ୍ରୀ ଏହି ବୟାନ ପୁର୍ଣ୍ଣିଆର ରୂପୌଲୀରେ ଦେଇଛନ୍ତି। ଏହା ଅପରାଧର ପେଣ୍ଠସ୍ଥଳୀ ରହି ଆସିଛି। ଏବେ କିନ୍ତୁ ସେଠାରେ ଲୋକେ ଅପରାଧ କରିବାକୁ ଡରୁଛନ୍ତି। ଜନସାଧାରଣ ନିଜର ସମର୍ଥନ ମୋଦି ଏବଂ ନୀତୀଶଙ୍କୁ ଦେଇଛନ୍ତି। ସ୍ପିଡ୍ ଟ୍ରାଏଲ ଜରିଆରେ ସମସ୍ତ ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
The post ‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ appeared first on Dharitri Odia News.