ଅପରେସନ 'ସଂକଳ୍ପ'ରେ ୩୧ ମାଓବାଦୀ ନିହତ, କର୍ରେଗଟା ପାହାଡରେ ଚାଲିଛି ଅପରେସନ
ବିଜାପୁର ୧୨।୫: ଭାରତ-ପାକ ଉତ୍ତେଜନା ମଧ୍ୟରେ ଛତିଶଗଡ଼-ତେଲେଙ୍ଗାନା ସୀମାରେ ସୁରକ୍ଷାବଳ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ଼ ଅଭିଯାନ ‘ଅପରେସନ ସଂକଳ୍ପ ’ ଚଳାଇଛି। ଏଥିରେ ଏ ପର୍ଯ୍ୟନ୍ତ ୩୧ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ବିଜାପୁର ଜିଲ୍ଲାର କର୍ରେଗୁଟ୍ଟା ପାହାଡରେ ଏହି ଅପରେସନ ଚଳାଯାଇଛି। ପୋଲିସ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ମାଓବାଦୀଙ୍କ ସବୁଠୁ ଶକ୍ତିଶାଳୀ ସାମରିକ ଶାଖା ବିରୋଧରେ ଚଳାଯାଉଛି, ଯାହା ଗତ ଏପ୍ରିଲ ୨୧ରୁ ଆରମ୍ଭ ହୋଇଥିଲା। ଏହି ଅପରେସନରେ ଛତିଶଗଡ଼ ପୋଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି), ବସ୍ତର ଫାଇଟର୍ସ, ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସିଆରପିଏଫ ଓ କୋବ୍ରା କମାଣ୍ଡୋ ମିଳିତ ଅଂଶଗ୍ରହଣ କରିଛନ୍ତି। ଏହି ଅପରେସନରେ ପାଖାପାଖି ୨୮,୦୦୦ ଜବାନ ଭାଗ ନେଇଥିବା ବେଳେ ଏ ପର୍ଯ୍ୟନ୍ତ ୩୫ଟି ଏନକାଉଣ୍ଟର ହୋଇଛି। ଏହି ଅଭିଯାନ ତେଲେଙ୍ଗାନା ରାଜ୍ୟ ସମିତି ଓ ମାଓବାଦୀଙ୍କ ‘ବାଟାଲିୟନ ନମ୍ବର-୧’କୁ ଟାର୍ଗେଟ କରାଯାଇଛି। ଏହି ବାଟାଲିୟ ମାଓବାଦୀଙ୍କ ସବୁଠୁ ଶକ୍ତିଶାଳୀ ସାମରିକ ଶାଖା ଭାବେ ଜଣାଶୁଣା। କାର୍ରେଗୁଟ୍ଟା ପାହାଡ ଏହି ବାଟାଲିୟନର ଆଡ୍ଡା ହୋଇଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଳ ପାହାଡ଼କୁ ଘେରି ଅପରେସନ ଆରମ୍ଭ କରିଥିଲେ। ବିଜାପୁର ପୋଲିସ ଅନୁସାରେ ଜଙ୍ଗଲରୁ ଏ ପର୍ଯ୍ୟନ୍ତ ୩୧ ମାଓବାଦୀଙ୍କ ଶବ ଜବତ ହେଲାଣି। ଯେଉଁମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଚିହ୍ନଟ ହୋଇଥ
ବିଜାପୁର ୧୨।୫: ଭାରତ-ପାକ ଉତ୍ତେଜନା ମଧ୍ୟରେ ଛତିଶଗଡ଼-ତେଲେଙ୍ଗାନା ସୀମାରେ ସୁରକ୍ଷାବଳ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ଼ ଅଭିଯାନ ‘ଅପରେସନ ସଂକଳ୍ପ ’ ଚଳାଇଛି। ଏଥିରେ ଏ ପର୍ଯ୍ୟନ୍ତ ୩୧ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ବିଜାପୁର ଜିଲ୍ଲାର କର୍ରେଗୁଟ୍ଟା ପାହାଡରେ ଏହି ଅପରେସନ ଚଳାଯାଇଛି। ପୋଲିସ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ମାଓବାଦୀଙ୍କ ସବୁଠୁ ଶକ୍ତିଶାଳୀ ସାମରିକ ଶାଖା ବିରୋଧରେ ଚଳାଯାଉଛି, ଯାହା ଗତ ଏପ୍ରିଲ ୨୧ରୁ ଆରମ୍ଭ ହୋଇଥିଲା।
ଏହି ଅପରେସନରେ ଛତିଶଗଡ଼ ପୋଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି), ବସ୍ତର ଫାଇଟର୍ସ, ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସିଆରପିଏଫ ଓ କୋବ୍ରା କମାଣ୍ଡୋ ମିଳିତ ଅଂଶଗ୍ରହଣ କରିଛନ୍ତି। ଏହି ଅପରେସନରେ ପାଖାପାଖି ୨୮,୦୦୦ ଜବାନ ଭାଗ ନେଇଥିବା ବେଳେ ଏ ପର୍ଯ୍ୟନ୍ତ ୩୫ଟି ଏନକାଉଣ୍ଟର ହୋଇଛି। ଏହି ଅଭିଯାନ ତେଲେଙ୍ଗାନା ରାଜ୍ୟ ସମିତି ଓ ମାଓବାଦୀଙ୍କ ‘ବାଟାଲିୟନ ନମ୍ବର-୧’କୁ ଟାର୍ଗେଟ କରାଯାଇଛି। ଏହି ବାଟାଲିୟ ମାଓବାଦୀଙ୍କ ସବୁଠୁ ଶକ୍ତିଶାଳୀ ସାମରିକ ଶାଖା ଭାବେ ଜଣାଶୁଣା।
କାର୍ରେଗୁଟ୍ଟା ପାହାଡ ଏହି ବାଟାଲିୟନର ଆଡ୍ଡା ହୋଇଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଳ ପାହାଡ଼କୁ ଘେରି ଅପରେସନ ଆରମ୍ଭ କରିଥିଲେ। ବିଜାପୁର ପୋଲିସ ଅନୁସାରେ ଜଙ୍ଗଲରୁ ଏ ପର୍ଯ୍ୟନ୍ତ ୩୧ ମାଓବାଦୀଙ୍କ ଶବ ଜବତ ହେଲାଣି। ଯେଉଁମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ଶବ ସେମାନଙ୍କ ପରିଜନକୁ ଦେଇଦିଆଯାଇଛି। ବାକି ଶବଗୁଡିକର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୪ ତାରିଖ ଦିନ ୩ ଜଣ ମହିଳା ମାଓବାଦୀ ପ୍ରାଣ ହରାଇଥିଲେ। ସେତେବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା।
ଅଧିକାରୀଙ୍କ ଅନୁସାରେ ଏ ପର୍ଯ୍ୟନ୍ତ ଶତାଧିକ ମାଓବାଦୀଙ୍କ ଆଡ୍ଡା ଓ ବଙ୍କର ଧ୍ୱଂସ କରାଯାଇଛି। ଏହି ଅପରେସନରେ ୪୦ରୁ ଅଧିକ ଆଇଇଡି, ପାଖାପାଖି ୪୦ଟି ଅସ୍ତ୍ର ଓ ୨ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଅପରେସନ କାଳରେ ଆଇଇଡି ବିସ୍ଫୋରଣ ଯୋଗୁ ୬ ଜଣ ଜବାନ ଆହତ ହୋଇଛନ୍ତି। ତେବେ ସମସ୍ତ ଜବାନ ବିପଦ ମୁକ୍ତ ଥିବା କୁହାଯାଇଛି।