'ଅପରେସନ ସିନ୍ଦୂର' କୌଣସି ଯୁଦ୍ଧଠୁ କମ୍ ନଥିଲା; ୩ ଦିନ ଚାଲିଲା ସଂଘର୍ଷ, ୫ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଶୁକ୍ରବାର ଡିଜିଏମଓ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ହୋଇଛି । ଏଥିରେ DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଈ ସିଜ୍‌ଫାୟାରକୁ ନେଇ ସ୍ପଷ୍ଟ ସୂଚନା ରଖିଛନ୍ତି । ସେ କହିଛନ୍ତି, ଶନିବାର ଅପରାହ୍ନ ୩.୩୫ ମିନିଟରେ ପାକିସ୍ତାନ ଡିଜିଏମଓରୁ ଫୋନ୍ କଲ୍ ଆସିଥିଲା । ସେମାନେ ଅସ୍ତ୍ରବିରତି ନେଇ ଅପିଲ୍ କରିଥିଲେ । ସୀମାରେ ଭାରତ ଶାନ୍ତି ଚାହୁଁଥିବାରୁ ଏଥିରେ ସର୍ତ୍ତ ରଖି ରାଜି ହୋଇଥିଲା । ଦୁଇ ଦେଶର ସହମତି କ୍ରମେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ମେ’ ୧୦ ତାରିଖ ଅର୍ଥାତ୍ ଶନିବାର ସଂଧ୍ୟା ୫ଟାରୁ ସିଜ୍‌ଫାୟାର ଲାଗୁ ହୋଇଛି । ଏହା ମେ’ ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୋମବାର ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଡିଜିଏମଓ ସ୍ତରୀୟ ବୈଠକ ହେବ ।ଅନ୍ୟପଟେ ସିଜ୍‌ଫାୟାରର ମାତ୍ର ୩ ଘଣ୍ଟା ପରେ ପୁଣି ଥରେ ହୀନ ପ୍ରୟାସ କରିଥିଲା ପାକିସ୍ତାନ । ଅସ୍ତ୍ରବିରତିକୁ ଉଲ୍ଲଙ୍ଘନ କରି ସୀମାରେ ଗୁଳିଗୋଳା ବର୍ଷା  କରିଥିଲା । ଏହାସହିତ ସୀମାବର୍ତ୍ତୀ ସହରକୁ ଡ୍ରୋନ୍ ହମଲା କରିଥିଲା । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଈ କହିଛନ୍ତି, ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି । ଏହାସହିତ ରବିବାର ସକାଳୁ ପାକିସ୍ତାନ ଡିଜିଏମଓଙ୍କୁ ଏକ ହଟ୍‌ଲାଇନ ସନ୍ଦେଶ ଦିଆଯାଇଛି । ଏଥିରେ ପାକ୍ ସେନା ଅସ୍ତ୍ରବିରତି ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ଭାବେ କୁହାଯାଇଛି । ଏପଟ

'ଅପରେସନ ସିନ୍ଦୂର' କୌଣସି ଯୁଦ୍ଧଠୁ କମ୍ ନଥିଲା; ୩ ଦିନ ଚାଲିଲା ସଂଘର୍ଷ, ୫ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଶୁକ୍ରବାର ଡିଜିଏମଓ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ହୋଇଛି । ଏଥିରେ DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଈ ସିଜ୍‌ଫାୟାରକୁ ନେଇ ସ୍ପଷ୍ଟ ସୂଚନା ରଖିଛନ୍ତି । ସେ କହିଛନ୍ତି, ଶନିବାର ଅପରାହ୍ନ ୩.୩୫ ମିନିଟରେ ପାକିସ୍ତାନ ଡିଜିଏମଓରୁ ଫୋନ୍ କଲ୍ ଆସିଥିଲା । ସେମାନେ ଅସ୍ତ୍ରବିରତି ନେଇ ଅପିଲ୍ କରିଥିଲେ । ସୀମାରେ ଭାରତ ଶାନ୍ତି ଚାହୁଁଥିବାରୁ ଏଥିରେ ସର୍ତ୍ତ ରଖି ରାଜି ହୋଇଥିଲା । 

ଦୁଇ ଦେଶର ସହମତି କ୍ରମେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ମେ’ ୧୦ ତାରିଖ ଅର୍ଥାତ୍ ଶନିବାର ସଂଧ୍ୟା ୫ଟାରୁ ସିଜ୍‌ଫାୟାର ଲାଗୁ ହୋଇଛି । ଏହା ମେ’ ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୋମବାର ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଡିଜିଏମଓ ସ୍ତରୀୟ ବୈଠକ ହେବ ।

ଅନ୍ୟପଟେ ସିଜ୍‌ଫାୟାରର ମାତ୍ର ୩ ଘଣ୍ଟା ପରେ ପୁଣି ଥରେ ହୀନ ପ୍ରୟାସ କରିଥିଲା ପାକିସ୍ତାନ । ଅସ୍ତ୍ରବିରତିକୁ ଉଲ୍ଲଙ୍ଘନ କରି ସୀମାରେ ଗୁଳିଗୋଳା ବର୍ଷା  କରିଥିଲା । ଏହାସହିତ ସୀମାବର୍ତ୍ତୀ ସହରକୁ ଡ୍ରୋନ୍ ହମଲା କରିଥିଲା । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଈ କହିଛନ୍ତି, ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି । ଏହାସହିତ ରବିବାର ସକାଳୁ ପାକିସ୍ତାନ ଡିଜିଏମଓଙ୍କୁ ଏକ ହଟ୍‌ଲାଇନ ସନ୍ଦେଶ ଦିଆଯାଇଛି । ଏଥିରେ ପାକ୍ ସେନା ଅସ୍ତ୍ରବିରତି ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ଭାବେ କୁହାଯାଇଛି । ଏପଟେ ପାକିସ୍ତାନ ପୁଣି ଥରେ ହରକତ କଲେ ତୁରନ୍ତ ଜବାବ ଦେବାକୁ ଆର୍ମି ଚିଫ୍ ସେନା କମାଣ୍ଡରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ 'ଅପରେସନ ସିନ୍ଦୂର' କୌଣସି ଯୁଦ୍ଧ ଠାରୁ କମ୍ ନଥିଲା । ଦୁଇଦେଶ ମଧ୍ୟରେ ୩ ଦିନ ସଂର୍ଘଷ ଚାଲିଥିଲା। ଏଥିରେ ୫ଜଣ ଭାରତୀୟ ଯବାନ ଓ ଜଣେ ଅଧିକାରୀ ସହିଦ ହୋଇଛନ୍ତି ବୋଲି ଡିଜିଏମଓଙ୍କ ପକ୍ଷରୁ କୁହାଯାଇଛି ।