ଅପରେସନ ସିନ୍ଦୂର ପରେ ବଢିଲା ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା, କାରକେଡରେ ସାମିଲ ହେଲା ବୁଲେଟପ୍ରୁଫ ଗାଡ଼ି
ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି । ତାଙ୍କ କାରକେଡରେ ଏକ ବୁଲେଟପ୍ରୁଫ୍ ଗାଡ଼ି ସାମିଲ କରାଯାଇଛି । କାରଣ ବିଦେଶ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବର୍ତ୍ତମାନ Z କ୍ୟାଟେଗୋରୀ ସୁରକ୍ଷା ସୁବିଧା ଦିଆଯାଇଛି । ଏହି ସୁରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) ଯବାନ ସାମିଲ ରହିଛନ୍ତି । ଗତବର୍ଷ ତାଙ୍କ ସୁରକ୍ଷା Y ରୁ […] The post ଅପରେସନ ସିନ୍ଦୂର ପରେ ବଢିଲା ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା, କାରକେଡରେ ସାମିଲ ହେଲା ବୁଲେଟପ୍ରୁଫ ଗାଡ଼ି appeared first on KNews Odisha.

ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି । ତାଙ୍କ କାରକେଡରେ ଏକ ବୁଲେଟପ୍ରୁଫ୍ ଗାଡ଼ି ସାମିଲ କରାଯାଇଛି । କାରଣ ବିଦେଶ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବର୍ତ୍ତମାନ Z କ୍ୟାଟେଗୋରୀ ସୁରକ୍ଷା ସୁବିଧା ଦିଆଯାଇଛି । ଏହି ସୁରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) ଯବାନ ସାମିଲ ରହିଛନ୍ତି । ଗତବର୍ଷ ତାଙ୍କ ସୁରକ୍ଷା Y ରୁ ବଢାଇ Z କରାଯାଇଥିଲା । ଏହାପରେ ସିଆରପିଏଫ ଏସ ଜୟଶଙ୍କରଙ୍କ ସୁରକ୍ଷା ଦାୟିତ୍ବ ଦିଲ୍ଲୀ ପୋଲିସ ଠାରୁ ନେଇଥିଲା ।
External Affairs Minister S Jaishankar’s security enhanced with additional bulletproof vehicle
Read @ANI Story | https://t.co/JuVnH9qAEr#SJaishankar #BulletproofVehicle #MinistryofExternalAffairs pic.twitter.com/lkZxLXey4i
— ANI Digital (@ani_digital) May 14, 2025
ଅପରେସନ ସିନ୍ଦୂର ପରେ, ପାକିସ୍ତାନ ଭାରତର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ତା’ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପ୍ରତିଶୋଧ ନେଲା ।
ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁତ ଉତ୍ତେଜନା ରହିଛି, କିନ୍ତୁ ଭଲ କଥା ହେଉଛି ଯେ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏସ ଜୟଶଙ୍କରଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି ।
Also Read : ପାକିସ୍ତାନର ଏୟାରବେସକୁ ଛାରଖାର କରିଛି ଭାରତୀୟ ବାୟୁସେନା, ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ
The post ଅପରେସନ ସିନ୍ଦୂର ପରେ ବଢିଲା ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା, କାରକେଡରେ ସାମିଲ ହେଲା ବୁଲେଟପ୍ରୁଫ ଗାଡ଼ି appeared first on KNews Odisha.