‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର

ପାକିସ୍ତାନ ଉପରେ ମଙ୍ଗଳବାର ରାତିରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରି ଧ୍ବଂସ କରିଦେଇଛି । ଏହି ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଥିବା ୪ଟି ଆଡ୍ଡା ଏବଂ ପିଓକେରେ ଥିବା ୫ଟି ଆଡ୍ଡାକୁ ଟାର୍ଗେଟ କରାଯାଇଛି । ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟର । ଏୟାର ଷ୍ଟ୍ରାଇକକୁ ପ୍ରତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, କୌଣସି ପାକିସ୍ତାନ ସୈନ୍ୟ ପ୍ରତିଷ୍ଠାନକୁ […] The post ‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର appeared first on KNews Odisha.

‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର
team india

ପାକିସ୍ତାନ ଉପରେ ମଙ୍ଗଳବାର ରାତିରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରି ଧ୍ବଂସ କରିଦେଇଛି । ଏହି ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଥିବା ୪ଟି ଆଡ୍ଡା ଏବଂ ପିଓକେରେ ଥିବା ୫ଟି ଆଡ୍ଡାକୁ ଟାର୍ଗେଟ କରାଯାଇଛି । ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟର ।

ଏୟାର ଷ୍ଟ୍ରାଇକକୁ ପ୍ରତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, କୌଣସି ପାକିସ୍ତାନ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇନାହିଁ । ଆକ୍ରମଣ କେବଳ ଆତଙ୍କବାଦୀ ଆଡ୍ଡୀ ଉପରେ କରାଯାଇଛି । ଯେଉଁଠାରେ ଭାରତ ବିପକ୍ଷରେ ଷଡଯନ୍ତ୍ର କରି ଲକ୍ଷ୍ୟ କରାଯାଉଥିଲା ।

ଏହାକୁ ନେଇ ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ହେଡ କୋଚ୍ ଗୌତମ ଗମ୍ଭୀର ଟ୍ବିଟ୍ କରି ଅପରେସନ ସିନ୍ଦୂର ପୋଷ୍ଟର ସେୟାର କରିଛନ୍ତି । ଏହାସହିତ କ୍ୟାପସନରେ ଲେଖିଛନ୍ତି ‘ଜୟ ହିନ୍ଦ’ ।

ପୂର୍ବ କ୍ରିକେଟର ସୁରେଶ ରୈନା ଅପରେସନ ସିନ୍ଦୂର ଏବଂ ଜୟ ହିନ୍ଦ ହ୍ୟାସଟ୍ୟାଗ ସହିତ ପୋଷ୍ଟର ସେୟାର କରିଛନ୍ତି । ଆକାଶ ଚୋପ୍ରା ମଧ୍ୟ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମେ ସାଥିରେ ରହିଛୁ, ଜୟ ହିନ୍ଦ । ପ୍ରଜ୍ଞାନ ଓଝା, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଫଟୋ ସେୟାର କରିଛନ୍ତି ।

ସାରା ଦେଶ ଶୋଇଥିବା ବେଳେସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍‌ଲା ସିନ୍ଦୂରରେ ନେଇଛି ସେନା । ରାତିର ଅନ୍ଧାରରେ ଏହି ଅପରେସନ କରାଯାଇଥିଲା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା ।  ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Also Read : ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ

The post ‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର appeared first on KNews Odisha.