ଅପରେସନ୍‌ ସିନ୍ଦୂର ଜାରି ରହିଛି : ବାୟୁସେନା

ନୁଆଦିଲ୍ଲୀ : ଭାରତୀୟ ବାୟୁ ସେନା ରବିବାର କହିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ୍‌ ସିନ୍ଦୂର ବନ୍ଦ ହୋଇନାହିଁ। ଏହା ଏବେ ବି ଜାରି ରହିଛି। ଗତକାଲି ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। କିନ୍ତୁ ଯୁଦ୍ଧବିରତି ଘୋଷଣା ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଏଲ୍‌ଓସି ଅଞ୍ଚଳରେ ପ୍ରବଳ ଗୋଳାମାଡ଼ ସାଙ୍ଗକୁ ଡ୍ରୋନ୍‌ ଆକ୍ରମଣ କରିଥିଲା। ତେଣୁ ଭାରତ ଏବେ […]

ଅପରେସନ୍‌ ସିନ୍ଦୂର ଜାରି ରହିଛି  : ବାୟୁସେନା

ନୁଆଦିଲ୍ଲୀ : ଭାରତୀୟ ବାୟୁ ସେନା ରବିବାର କହିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ୍‌ ସିନ୍ଦୂର ବନ୍ଦ ହୋଇନାହିଁ। ଏହା ଏବେ ବି ଜାରି ରହିଛି। ଗତକାଲି ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। କିନ୍ତୁ ଯୁଦ୍ଧବିରତି ଘୋଷଣା ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଏଲ୍‌ଓସି ଅଞ୍ଚଳରେ ପ୍ରବଳ ଗୋଳାମାଡ଼ ସାଙ୍ଗକୁ ଡ୍ରୋନ୍‌ ଆକ୍ରମଣ କରିଥିଲା। ତେଣୁ ଭାରତ ଏବେ ମଧ୍ୟ ଏହାର ଅପରେସନ୍‌ ସିନ୍ଦୂରକୁ ଜାରି ରଖିଛି। ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଏବେ ମିଛ ଖବରର ସୁଅ ଛୁଟୁଥିବାରୁ ଏଥିପ୍ରତି ସଜାଗ ରହିବାପାଇଁ ସେନା କହିଛି। କୌଣସି ପ୍ରକାର ଭୁଲ୍‌ ସୂଚନା ଏବଂ ଗୁଜବଠାରୁ ଦୁରେଇ ରହିବାପାଇଁ ବାୟୁସେନା ଅନୁରୋଧ କରିଛି। ବାୟୁସେନା ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍‌ କରି ଏହା କୁହାଯାଇଛି।