କାଠ ଆଣିବାକୁ ଯାଇଥିବାବେଳେ ବିଦ୍ୟୁତ ତାର ଲାଗି ଦମ୍ପତି ମୃତ

କୋରାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ କୋରାପୁଟ ଗେରୁପୁଟ ଗାଁର ବଳରାମ ଗଲେଲ ଓ ବଲା ଗଲେଲ। ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ନନ୍ଦପୁର ହାଟପଦା ନିକଟରେ ଚା’ ଦୋକାନ ଦେଇଥିବା ସୂଚନା ମିଳିଛି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି […]

କାଠ ଆଣିବାକୁ ଯାଇଥିବାବେଳେ ବିଦ୍ୟୁତ ତାର ଲାଗି ଦମ୍ପତି ମୃତ
କାଠ ଆଣିବାକୁ ଯାଇଥିବାବେଳେ ବିଦ୍ୟୁତ ତାର ଲାଗି ଦମ୍ପତି ମୃତ

କୋରାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ କୋରାପୁଟ ଗେରୁପୁଟ ଗାଁର ବଳରାମ ଗଲେଲ ଓ ବଲା ଗଲେଲ। ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ନନ୍ଦପୁର ହାଟପଦା ନିକଟରେ ଚା’ ଦୋକାନ ଦେଇଥିବା ସୂଚନା ମିଳିଛି ।

ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି ନଥିବାରୁ ସ୍ବାମୀ ସ୍ତ୍ରୀ ସାଙ୍ଗ ହୋଇ ପାଖ ଜଙ୍ଗଲକୁ ଯାଇଥିଲେ ସ୍ବାମୀ ସ୍ତ୍ରୀ । ବହୁ ସମୟ ଧରି ଦୋକାନକୁ ନଫେରିବାରୁ ତାଙ୍କ ଗାଁ ଲୋକେ ଜଙ୍ଗଲକୁ ଯାଇ ଖୋଜା ଖୋଜି ଆରମ୍ଭ କରିଥିଲେ । ଆଉ ଶେଷରେ ଜଙ୍ଗଲ ମଧ୍ୟରେ ମିଳିଥିଲା ସେମାନଙ୍କ ମୃତଦେହ । ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଦେଖିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।