ଅପହୃତ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ହଟହଟା ହେଲା ଡେଲାଙ୍ଗ ପୋଲିସ

ଯାଜପୁର: ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ହଟହଟା ହେଲା ଡେଲାଙ୍ଗ ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି । ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି ପୋଲିସ । ବଡ଼ଚଣାରେ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରମଣର ଶୀକାର ହୋଇଛି ଡେଲାଙ୍ଗ ପୋଲିସ । ସୂଚନା ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗଁଇ ଅଞ୍ଚଳର ଜନୈକ ନାବାଳିକାକୁ ପିପିଲି ମଠ ସାହି ନିକଟରୁ ଅପହରଣ କରାଯାଇ ଥିବା ଡେଲାଙ୍ଗ ଥାନାରେ ଅଭିଯୋଗ […]

ଅପହୃତ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ହଟହଟା ହେଲା ଡେଲାଙ୍ଗ ପୋଲିସ
public attack delang-police in jajpur during-a-kidnapping-case

ଯାଜପୁର: ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ହଟହଟା ହେଲା ଡେଲାଙ୍ଗ ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି । ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି ପୋଲିସ । ବଡ଼ଚଣାରେ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରମଣର ଶୀକାର ହୋଇଛି ଡେଲାଙ୍ଗ ପୋଲିସ ।

ସୂଚନା ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗଁଇ ଅଞ୍ଚଳର ଜନୈକ ନାବାଳିକାକୁ ପିପିଲି ମଠ ସାହି ନିକଟରୁ ଅପହରଣ କରାଯାଇ ଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଝିଅକୁ ପିପିଲି ପାଣି ଦୋଳ ଅଞ୍ଚଳର ଜନୈକ ଯୁବକ ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ ନାବାଳିକା ବାପା । ପରିବାରର ଅଭିଯୋଗକୁ ଭିତ୍ତି କରି ଅକ୍ଟୋବର ୮ତାରିଖରେ ଯାଜପୁର ବଡ଼ଚଣାକୁ ଝିଅକୁ ଉଦ୍ଧାର କରିବାକୁ ଯାଇଥିଲା ଡେଲାଙ୍ଗ ପୋଲିସ ।

ତେବେ ଯାଜପୁରରେ ବଡ଼ଚଣା ପୋଲିସ ସହାୟତାରେ ଯାଇଥିଲା ବେଳେ ଡେଲାଙ୍ଗ ଓ ବଡ଼ଚଣା ପୋଲିସ ଆକ୍ରମଣର ଶୀକାର ହୋଇଥିବା ସୂଚନା ମିଳିଛି । ନାବାଳିକା ଝିଅକୁ ଉଦ୍ଧାର କରିଥିବା ସହିତ ଅପହରଣ କରି ନେଇଥିବା ଯୁବକକୁ ପୋଲିସ କାବୁ କରିଥିବା ବେଳେ ଅପହରଣକାରୀ ଯୁବକର ପରିବାର ଲୋକମାନେ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ପୋଲିସ୍ ଉଦ୍ଧାର କରିଥିବାବେଳେ ଯୁବକ ଜଣକ ଫେରାର ହୋଇଯାଇଛି । ଲୋକଙ୍କ ଆକ୍ରମଣରେ ତିନି ପୋଲିସ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବଡ଼ଚଣା ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।