‘ଅପେରେସନ ସିନ୍ଦୂର ତ ଫେଲ୍, ଦେଶ ହିତରେ ଆମେ ଚୁପ୍ ଅଛୁ...’, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି । ସେ ପାକିସ୍ତାନରେ ଆତଙ୍କବାଦ ବିରୋଧରେ ସେନାର ଅପରେସନ ସିନ୍ଦୂରକୁ ‘ଫେଲ୍ ଅପରେସନ’ ବୋଲି କହିଛନ୍ତି । ଏହାସହ ସେ ପୁଣି ଥରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଇସ୍ତଫା ଦାବି କରିଛନ୍ତି ।ନିଜ ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିବା ସଞ୍ଜୟ କହିଛନ୍ତି, 'ଦେଖନ୍ତୁ ମୁଁ ପୂର୍ବରୁ ବି କହିଛି ଯେ ଅପରେସନ ସିନ୍ଦୂର ଫେଲ୍ ଅପରେସନ, କିନ୍ତୁ ଦେଶ ହିତରେ ଆମେ ବିରୋଧୀ ଦଳ ନେତା ଏହା ଉପରେ ବୟାନ ଦେବାକୁ ଚାହୁଁନୁ । ଦ୍ୱିତୀୟ କଥା ହେଉଛି ଅପରେସନ ସିନ୍ଦୂରର ଆବଶ୍ୟକତା କଣ ପଡ଼ିଲା । ଏଥିପାଇଁ ଯେ ପହଲଗାମରେ ୨୬ ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ଏହାର ଦାୟୀ ଦେଶର ଗୃହମନ୍ତ୍ରୀ ଅମିତ୍ ଶାହ ଅଟନ୍ତି ।'ରାଜ୍ୟସଭା ସାଂସଦ କହିଛନ୍ତି, 'ଏହାର ପ୍ରାୟଶ୍ଚିତ କରିବା ପାଇଁ ଅମିତ୍ ଶାହ ନିଜ ପଦରୁ ଇସ୍ତଫା ଦେବା ଦରକାର । ନଚେତ୍ ପ୍ରଧାନମନ୍ତ୍ରୀ ମୋଦୀ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା କାରଣରୁ ଅମିତ୍ ଶାହଙ୍କ ଠାରୁ ଇସ୍ତଫା ନେବା ଦରକାର ।'VIDEO | Mumbai: Addressing a press conference, Shiv Sena (UBT) leader Sanjay Raut (@rautsanjay61) says, "Operation Sindoor was a failure, however, in the interest of the nation, the oppos
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି । ସେ ପାକିସ୍ତାନରେ ଆତଙ୍କବାଦ ବିରୋଧରେ ସେନାର ଅପରେସନ ସିନ୍ଦୂରକୁ ‘ଫେଲ୍ ଅପରେସନ’ ବୋଲି କହିଛନ୍ତି । ଏହାସହ ସେ ପୁଣି ଥରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଇସ୍ତଫା ଦାବି କରିଛନ୍ତି ।
ନିଜ ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିବା ସଞ୍ଜୟ କହିଛନ୍ତି, 'ଦେଖନ୍ତୁ ମୁଁ ପୂର୍ବରୁ ବି କହିଛି ଯେ ଅପରେସନ ସିନ୍ଦୂର ଫେଲ୍ ଅପରେସନ, କିନ୍ତୁ ଦେଶ ହିତରେ ଆମେ ବିରୋଧୀ ଦଳ ନେତା ଏହା ଉପରେ ବୟାନ ଦେବାକୁ ଚାହୁଁନୁ । ଦ୍ୱିତୀୟ କଥା ହେଉଛି ଅପରେସନ ସିନ୍ଦୂରର ଆବଶ୍ୟକତା କଣ ପଡ଼ିଲା । ଏଥିପାଇଁ ଯେ ପହଲଗାମରେ ୨୬ ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ଏହାର ଦାୟୀ ଦେଶର ଗୃହମନ୍ତ୍ରୀ ଅମିତ୍ ଶାହ ଅଟନ୍ତି ।'
ରାଜ୍ୟସଭା ସାଂସଦ କହିଛନ୍ତି, 'ଏହାର ପ୍ରାୟଶ୍ଚିତ କରିବା ପାଇଁ ଅମିତ୍ ଶାହ ନିଜ ପଦରୁ ଇସ୍ତଫା ଦେବା ଦରକାର । ନଚେତ୍ ପ୍ରଧାନମନ୍ତ୍ରୀ ମୋଦୀ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା କାରଣରୁ ଅମିତ୍ ଶାହଙ୍କ ଠାରୁ ଇସ୍ତଫା ନେବା ଦରକାର ।'
VIDEO | Mumbai: Addressing a press conference, Shiv Sena (UBT) leader Sanjay Raut (@rautsanjay61) says, "Operation Sindoor was a failure, however, in the interest of the nation, the opposition does not want to talk much about it. Operation Sindoor was launched because terrorists… pic.twitter.com/2RKJcSGn4m— Press Trust of India (@PTI_News) May 27, 2025
ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ୍ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ୨୬ ଜଣ ନୀରିହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାର କଡ଼ା ଜବାବରେ ଭାରତୀୟ ସେନା ଅପରେସନ ସିନ୍ଦୂର କରି ପାକିସ୍ତାନ ଥିବା ଆତଙ୍କୀ ଆଡ୍ଡାଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା । ଏହି ଅପରେସନରେ ସେନା ସହ ସାରା ଦେଶ ଥିବା ବେଳେ ସଞ୍ଜୟ ରାଉତଙ୍କ ପରି କିଛି ନେତା ପୁଣି ଥରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ।