ଜାଗରରେ ରକ୍ତରଞ୍ଜିତ ହେଲା ଶିବ ମନ୍ଦିର, ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଆକ୍ରମଣ

କଟକ ୨୭/୦୨: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଅମରେନ୍ଦ୍ର ପଣ୍ଡା ଓ ସୈଳେନ୍ଦ୍ର ପଣ୍ଡା । ସେମାନଙ୍କ ମଧ୍ୟରେ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଆଉ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି, ବୁଧବାର ଜାଗର ରାତିରେ ନାଥପାଣି ଛକରେ ଥିବା ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଏହି ସମୟରେ ବାପି ପଣ୍ଡାଙ୍କ ଦୁଇ ଭାଇଙ୍କ ସହ କିଛି ଦୁର୍ବୃତ୍ତଙ୍କ ଝଗଡା ହୋଇଥିଲା ।  ବଚସା ଉଗ୍ର ରୂପ ନେଇଥିଲା ଯେ, ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ଆକ୍ରମଣ ପରେ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣ ପାଇଁ ଏହି ହଣାକଟା ହେଲା ତାହା ଜଣାପଡ଼ି ନାହିଁ। ଜମିଜମା ବିବାଦ ପାଇଁ ଏହି ଘଟଣା ଘଟିଥିବା ଜଣାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଜାଗରରେ ରକ୍ତରଞ୍ଜିତ ହେଲା ଶିବ ମନ୍ଦିର, ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଆକ୍ରମଣ

କଟକ ୨୭/୦୨: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଅମରେନ୍ଦ୍ର ପଣ୍ଡା ଓ ସୈଳେନ୍ଦ୍ର ପଣ୍ଡା । ସେମାନଙ୍କ ମଧ୍ୟରେ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଆଉ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ସୂଚନା ଥାଉକି, ବୁଧବାର ଜାଗର ରାତିରେ ନାଥପାଣି ଛକରେ ଥିବା ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଏହି ସମୟରେ ବାପି ପଣ୍ଡାଙ୍କ ଦୁଇ ଭାଇଙ୍କ ସହ କିଛି ଦୁର୍ବୃତ୍ତଙ୍କ ଝଗଡା ହୋଇଥିଲା ।  ବଚସା ଉଗ୍ର ରୂପ ନେଇଥିଲା ଯେ, 

ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। 

ଆକ୍ରମଣ ପରେ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣ ପାଇଁ ଏହି ହଣାକଟା ହେଲା ତାହା ଜଣାପଡ଼ି ନାହିଁ। ଜମିଜମା ବିବାଦ ପାଇଁ ଏହି ଘଟଣା ଘଟିଥିବା ଜଣାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।