‘ଅଫିସରେ ଜ୍ୟୋତିଷ..’ ସ୍ମତି ଇରାନୀଙ୍କ ବୟାନକୁ ଖଣ୍ଡନ କଲେ ଏକତା କପୁର, କହିଲେ ସତ୍ୟତା ନାହିଁ

ନୂଆଦିଲ୍ଲୀ: ଅଭିନେତ୍ରୀରୁ ଆରମ୍ଭ କରି ରାଜନୀତି ଇନିଂସରେ ଆଗକୁ ବଢୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କ୍ୟୁନକି ସାସ୍ ବି କଭି ବହୂ ଥି ସିରିୟଲରେ ନିଜ ଭୂମିକାକୁ ମନେ ପକାଇଛନ୍ତି । ଏବଂ କିପରି ସେହି ଚରିତ୍ର ପାଇଁ ଚୟନ ହେଲେ ତାହା ଉପରେ ବୟାନ ଦେଉଛନ୍ତି । ଏଥିରେ ସେ ଦାବି କରୁଛନ୍ତି ଯେ ଏକତା କପୁରଙ୍କ ଅଫିସରେ ଜଣେ ଜ୍ୟୋତିଷ ବସିଥିଲେ, ଯିଏ କି ନିର୍ଦ୍ଦେଶକ-ନିର୍ମାତାଙ୍କୁ ତାଙ୍କୁ ଏଥିପାଇଁ ଚୟନ କରିବାକୁ କହିଥିଲେ । ତେବେ ଏକତା କପୁର ଏବେ ସେହି ଭିଡିଓକୁ ନିଜ ଷ୍ଟୋରୀରେ ରଖି ଏହାକୁ ମିଛ ବୋଲି କହିଛନ୍ତି ।ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଭିଡିଓକୁ ସେୟାର କରି ଏକତା କପୁର କ୍ୟାପ୍ସନରେ ଲେଖିଛନ୍ତି, ଏହା ସତ ନୁହେଁ । ଅଡିସନ ନେବା ପରେ ଆମେ ଦେଖିଥିଲୁ ଏବଂ କିଛି ସେକେଣ୍ଡରେ ଚୟନ କରିଥିଲୁ ।ସ୍ମୃତି ଇରାନ ଭିଡିଓରେ କହୁଛନ୍ତି, ‘ଏହା ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିର କିମ୍ୱା ଅନ୍ୟ କାରଣରୁ ହୋଇ ନାହିଁ । ଜଣେ ଜ୍ୟୋତିଷ ଏକତା କପୁରଙ୍କ କାର୍ଯ୍ୟାଳୟରେ ବସିଥିଲେ । ସେ କହିଥିଲେ, ଏହି ଝିଅଟି ? ବୋଧେ ହୁଏ ସେ ଜଣ ଫେକ୍ ରିଡର ଥିଲେ । ସେ କହିଥିଲେ ଯେ ଯଦି ତାଙ୍କୁ ରଖିବ ଏବଂ କାମ କରିବାକୁ ଦେବ ତେବେ ଦେଶରେ ସେ ଜଣେ ବଡ଼ ନାଁ ହେବାକୁ ଯାଉଛନ୍ତି ।‘

‘ଅଫିସରେ ଜ୍ୟୋତିଷ..’ ସ୍ମତି ଇରାନୀଙ୍କ ବୟାନକୁ ଖଣ୍ଡନ କଲେ ଏକତା କପୁର, କହିଲେ ସତ୍ୟତା ନାହିଁ

ନୂଆଦିଲ୍ଲୀ: ଅଭିନେତ୍ରୀରୁ ଆରମ୍ଭ କରି ରାଜନୀତି ଇନିଂସରେ ଆଗକୁ ବଢୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କ୍ୟୁନକି ସାସ୍ ବି କଭି ବହୂ ଥି ସିରିୟଲରେ ନିଜ ଭୂମିକାକୁ ମନେ ପକାଇଛନ୍ତି । ଏବଂ କିପରି ସେହି ଚରିତ୍ର ପାଇଁ ଚୟନ ହେଲେ ତାହା ଉପରେ ବୟାନ ଦେଉଛନ୍ତି । ଏଥିରେ ସେ ଦାବି କରୁଛନ୍ତି ଯେ ଏକତା କପୁରଙ୍କ ଅଫିସରେ ଜଣେ ଜ୍ୟୋତିଷ ବସିଥିଲେ, ଯିଏ କି ନିର୍ଦ୍ଦେଶକ-ନିର୍ମାତାଙ୍କୁ ତାଙ୍କୁ ଏଥିପାଇଁ ଚୟନ କରିବାକୁ କହିଥିଲେ । ତେବେ ଏକତା କପୁର ଏବେ ସେହି ଭିଡିଓକୁ ନିଜ ଷ୍ଟୋରୀରେ ରଖି ଏହାକୁ ମିଛ ବୋଲି କହିଛନ୍ତି ।

ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଭିଡିଓକୁ ସେୟାର କରି ଏକତା କପୁର କ୍ୟାପ୍ସନରେ ଲେଖିଛନ୍ତି, ଏହା ସତ ନୁହେଁ । ଅଡିସନ ନେବା ପରେ ଆମେ ଦେଖିଥିଲୁ ଏବଂ କିଛି ସେକେଣ୍ଡରେ ଚୟନ କରିଥିଲୁ ।

ସ୍ମୃତି ଇରାନ ଭିଡିଓରେ କହୁଛନ୍ତି, ‘ଏହା ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିର କିମ୍ୱା ଅନ୍ୟ କାରଣରୁ ହୋଇ ନାହିଁ । ଜଣେ ଜ୍ୟୋତିଷ ଏକତା କପୁରଙ୍କ କାର୍ଯ୍ୟାଳୟରେ ବସିଥିଲେ । ସେ କହିଥିଲେ, ଏହି ଝିଅଟି ? ବୋଧେ ହୁଏ ସେ ଜଣ ଫେକ୍ ରିଡର ଥିଲେ । ସେ କହିଥିଲେ ଯେ ଯଦି ତାଙ୍କୁ ରଖିବ ଏବଂ କାମ କରିବାକୁ ଦେବ ତେବେ ଦେଶରେ ସେ ଜଣେ ବଡ଼ ନାଁ ହେବାକୁ ଯାଉଛନ୍ତି ।‘