ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ
ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ ଆତି ଅତିନିମ୍ନମାନର ହେଉଥିବା ନେଇ ଜନ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଶ୍ରୀମସ୍କା ଛକଠାରୁ ସିନ୍ଧିପଦର, ସମାପଲା ଗ୍ରାମକୁ ସଂଯୋଗ କରୁଥିବା ଏହି ଆର୍ଡି ରାସ୍ତା ନିର୍ମାଣ ପାଇଁ ୨,୦୬,୮୪,୪୬୧ ଟଙ୍କା ବ୍ୟୟ ଅଟକଳରେ […] The post ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ appeared first on Dharitri Odia News.
ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ ଆତି ଅତିନିମ୍ନମାନର ହେଉଥିବା ନେଇ ଜନ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଶ୍ରୀମସ୍କା ଛକଠାରୁ ସିନ୍ଧିପଦର, ସମାପଲା ଗ୍ରାମକୁ ସଂଯୋଗ କରୁଥିବା ଏହି ଆର୍ଡି ରାସ୍ତା ନିର୍ମାଣ ପାଇଁ ୨,୦୬,୮୪,୪୬୧ ଟଙ୍କା ବ୍ୟୟ ଅଟକଳରେ ଆର୍ଥିକ ବର୍ଷ ୨୦୨୩ରେ ନିର୍ମାାଣଧିନ ସଡକକୁ (ସୁଧୀର କୁମାର ପଣ୍ଡା ମୁଖ୍ୟ ଠିକା ସଂସ୍ଥା) କାମ କରୁଛନ୍ତି, ହେଲେ ତାହା ଅତିନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଏଥିରେ ହାତ ଭଙ୍ଗା ମେଟାଲ ୯୫% (ରାସ୍ତାରେ ବିଛା) ବ୍ୟବହାର କରାଯାଉଥିବା ବେଳେ କ୍ରସର୍ରେ ତିଆରୀ ଡଷ୍ଟ ଗୁଣ ୫% ବ୍ୟବହାର କରାଯାଉଛି। କୁଲିମଜୁରୀଆଙ୍କୁ ପାରିଶ୍ରମିକ ବାବଦରେ ମାତ୍ର ୧୫୦ ରୁ ୨୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପୁରୁଣା ରାସ୍ତା ଉପରେ, ଉପରେ ମେଟାଲ ବିଛାଇ କମ ଓଜନର ପୁରୁଣା ରୋଲର୍ ବ୍ୟବହାର କରି (ସମତୁଲ) କରିବା ଭଳି ଘଟଣାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇବା ସହିତ ଅଭିଯୋଗ ମଧ୍ୟ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଏହି ରାସ୍ତାର ନିମ୍ନମାନର କାର୍ଯ୍ୟ ନେଇ ଜଣାଇ ଆସୁଥିବା ସତ୍ତ୍ୱେ ତାଙ୍କ କଥାକୁ ଠିକାଦାର ବେଖାତିର କରୁଥିବା ଭଳି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ଆଗରୁ ଯେଉଁ ସଡକ ରହିଥିଲା ତାହା ଅତି ଭଲ ରହିଥିଲା। ବର୍ତ୍ତମାନ ଯେଉଁ ସଡକ କାମ ଭବାନୀପାଟଣାର ମୋହନ ବାଣୁଆ (ପେଟି ଠିକା ସଂସ୍ଥା) ନାମକ ଜଣେ ଠିକାଦାର କାମ କରୁଛନ୍ତି ତାହା ଅତି ନିମ୍ନମାନର ବୋଲି ପ୍ରକାଶ କରିଛନ୍ତି।
ପୁଣି ଏହି ସଡକ ଗତ ତା.୧୦/୧୦/୨୦୨୩ରିଖରେ ଆରମ୍ଭ କରାଯାଇ ତା.୧୦/୧୦/୨୦୨୪ରିଖରେ ସଡକର ଅବଧିରେ ଶେଷ କରିବା ପାଇଁ ସୂଚନା ଫଳକରେ ସୂଚନା ରହିଥିବା ବେଳେ ଆଜକୁ ଆହୁରି ୨ ମାସ ଅଧିକ ହୋଇସାରିଛି। ତଥାପି ଏହି ସଡକ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପାରିନାହିଁ।
ଏହାସହ ସେତୁ ନିର୍ମାଣରେ ମଧ୍ୟ ଅଧାପନ୍ତରିଆ କାର୍ଯ୍ୟ ଏବଂ ଅନିୟମିତତା ହୋଇଥିବା ଜଣାପଡ଼ିଛି। ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଓ ନିୟମକୁ ଠିକାଦାର ଖୁଲୁମ ଖୋଲା ଉଲଙ୍ଘନ କରିଥିବା ବିଷୟ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି। ଯଦି ଏଭଳି ସଡକ କିମ୍ବା ପୋଲ ନିର୍ମାଣ କରାଯାଏ ତେବେ ଅଳ୍ପ ଦିନ ମଧ୍ୟରେ ତାହା ଭୂଷୁଡି ପଡିବା ସମ୍ଭାବନାକୁ କୌଣସି ଲୋକ ଅସ୍ବୀକାର କରିପାରିବେ ନାହିଁ ବୋଲି ଆଲୋଚନା ଜୋର ଧରିଛି।
ଏହାର କାରଣ ଏହା ଯେ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକାରେ ଏଭଳି ସଡକ ନିର୍ମାଣ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରୁଅଛି। ତେଣୁ ଏହି ସଡକ ନିର୍ମାଣ କାର୍ଯ୍ୟକୁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ନହେଲେ ସଡକ ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡିବା ସୁନିଶ୍ଚିତ ବୋଲି କୁହାଯାଏ। ତେବେ ଯଥାସମ୍ଭବ ଉକ୍ତ ସଡକ ନିର୍ମାଣରେ ହେଉଥିବା ଅନିୟମିତତାକୁ ରୋକାଯାଏ ତେବେ ସଡକର ଉନ୍ନତି ସମ୍ଭବ ହୋଇପାରିବ। ନଚେତ ବାରମ୍ବାର ଏମିତି ନିମ୍ନମାନର ସଡକ ନିର୍ମାଣ କରି ଠିକାଦାର ମାଲାମାଲ ହେବା ପାଇଁ ଖୋରାକ ଯୋଗାଇବା ଛଡା ଆଉ କିଛି ନାହିଁ ବୋଲି ଚର୍ଚ୍ଚା ଜୋର୍ ଧରୁଛି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ ତିୱାରୀ ଆଲମଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପ୍ରତିକ୍ରିୟା ନିଆଯାଇଥିଲା। ତେବେ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଯେମିତି ବି ଯାହାବି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଏ ଏଥିରେ କୌଣସି ଲୋକ ଅଭିଯୋଗ କରିପାରିବେ ନାହିଁ ବୋଲି କହିବା ସହ କୁଲି ମଜୁରିଆଙ୍କୁ ପାରିଶ୍ରମିକ ୧୫୦ ରୁ ୨୦୦ ଟଙ୍କା ଲେଖାଏ ଦେବା ବାବଦରେ ପଚାରିବାରୁ ଠିକାଦାର କଣ କରୁଛନ୍ତି କେମିତି ଦେଉଛନ୍ତି ତାହା ଆମେ କହିପାରିବୁ ନାହିଁ। ପୋଲ ଏବଂ ରାସ୍ତା ନିର୍ମାଣ ଉପରେ ପଚାରିବାରୁ ପ୍ରାୟ କାମ ସରିଯାଇଛି ଆଉ ଅଳ୍ପ କାମ ରହିଛି ବହୁତ ଶୀଘ୍ର ସରିଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଯେ ଏହି ସଡକ ନିର୍ମାଣ କାର୍ଯ୍ୟର ତଦାରଖ ଉଚିତ୍ ଭାବରେ କରାଯିବ କି ନାହିଁ ତାହା ସମୟ କହିବ l
The post ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ appeared first on Dharitri Odia News.