ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର

ମୋରଡା,୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚାୟତର ଅସ୍ତିଆ ଗ୍ରାମର କାଳିଚରଣ ସୋରେନ(୩୬) ବିଲ ରେ କାମ ସାରି ଘରକୁ ଫେରୁଥିଲେ। ସେତିକିବେଳେ ବଜ୍ରପାତ ଘଟି କାଳିଚରଣ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ […] The post ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର appeared first on Dharitri Odia News.

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର

ମୋରଡା,୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି l

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚାୟତର ଅସ୍ତିଆ ଗ୍ରାମର କାଳିଚରଣ ସୋରେନ(୩୬) ବିଲ ରେ କାମ ସାରି ଘରକୁ ଫେରୁଥିଲେ। ସେତିକିବେଳେ ବଜ୍ରପାତ ଘଟି କାଳିଚରଣ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଛି।

ସେହିପରି ବଜ୍ରପାତରେ ଉକ୍ତ ବ୍ଲକ ଅଧୀନ ମାଳିହତା ଗ୍ରାମର ଗଣିଆ ସିଂ, ବାବୁଲା ସିଂ ଓ଼ ପାଞ୍ଚଗୁଛିଆ ଗ୍ରାମର ରଞ୍ଜନ ସିଂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇିଛି l ସେମାନେ ମଧ୍ୟ ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା।

The post ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର appeared first on Dharitri Odia News.