ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ ନିର୍ମାଣ ହୋଇଥିବା ବିଜୁ ସେତୁ କାର୍ଯ୍ୟ ସରି ପାରୁନାହିଁ। ଏଠାରେ ସେତୁ ନିର୍ମାଣ ହୋଇଥିଲେ ମଧ୍ୟ ଆପ୍ରୋଚ୍‌ ରାସ୍ତା ନିର୍ମାଣ ହୋଇପାରୁନାହିଁ। ୨୦୨୪ ଜାନୁଆରୀରେ ସେତୁ କାର୍ଯ୍ୟ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଅବଧି ଶେଷ ହେବାକୁ ୩ମାସ ପୁରିବାକୁ ବସିଲାଣି। ହେଲେ ଆପ୍ରୋଚ ରାସ୍ତା ନିର୍ମାଣ ହୋଇପାରୁ […] The post ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି appeared first on Dharitri Odia News.

ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ ନିର୍ମାଣ ହୋଇଥିବା ବିଜୁ ସେତୁ କାର୍ଯ୍ୟ ସରି ପାରୁନାହିଁ। ଏଠାରେ ସେତୁ ନିର୍ମାଣ ହୋଇଥିଲେ ମଧ୍ୟ ଆପ୍ରୋଚ୍‌ ରାସ୍ତା ନିର୍ମାଣ ହୋଇପାରୁନାହିଁ। ୨୦୨୪ ଜାନୁଆରୀରେ ସେତୁ କାର୍ଯ୍ୟ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଅବଧି ଶେଷ ହେବାକୁ ୩ମାସ ପୁରିବାକୁ ବସିଲାଣି। ହେଲେ ଆପ୍ରୋଚ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ସେତୁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ସଂଯୋଗୀକରଣ ରାସ୍ତା ପାଇଁ ଘରୋଇ ଜମି ବାଧକ ସାଜିଛି ବୋଲି କୁହାଯାଉଛି। ସରକାରୀ ମୂଲ୍ୟ ଅନୁଯାୟୀ ଜମି ମାଲିକମାନଙ୍କୁ ଅର୍ଥ ପ୍ରଦନା କରାଯିବାକୁ ବିଧି ରହିଥିବାବେଳେ ମାଲିକମାନେ ଅଧିକ ଅର୍ଥ ଦାବି କରୁଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ମୁତାବକ, ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସେତୁ ପାଇଁ ବିଭାଗ ପକ୍ଷରୁ ୩.୭୭କୋଟି ବ୍ୟୟବରାଦ କରାଯାଇଛି। ଉକ୍ତ ଅର୍ଥରେ ୫୪.୪୩ ମିଟର ଲମ୍ବ ଓ ୮.୪ମିଟର ପ୍ରସ୍ଥର ସେତୁ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଆପ୍ରୋଚ ରାସ୍ତା ନିର୍ମାଣ, ଜମି ମାଲିକମାନଙ୍କୁ କ୍ଷତିପୂଣରଣ ଆଦି ଅର୍ଥ ସାମିଲ ରହିଛି। ନିର୍ମାଣ କାର୍ଯ୍ୟ ୧ବର୍ଷ ଅବଧି ଅର୍ଥା ୦୬ା୦୧ା୨୦୨୩ରୁ ଆରମ୍ଭ ହୋଇ ୦୫ା୦୧ା୨୦୨୪ରେ ଶେଷ ହେବାକୁ ବିଭାଗ ସହ ଠିକାସଂସ୍ଥାର ଚୁକ୍ତି ହୋଇଥିଲା। ଆଉ ମାତ୍ର ୨ମାମ ପରେ ବଷାଋତୁ ଆରମ୍ଭ ହୋଇଯିବ। ନଦୀରେ ବର୍ଷା ଜଳ ପ୍ରବାହିତ ହେଲେ ଯାତାୟାତ ବାଧାପ୍ରାପ୍ତ ହେବ। ଗାଁ ଲୋକେ ବାହାରକୁ ଯାଆସ କରିବାରେ ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହାଯାଉଛି। ତେଣୁ ଆପ୍ରୋଚ ରାସ୍ତା ତୁରନ୍ତ ଶେଷକରି ନୂତନ ସେତୁକୁ ସର୍ବସାଧାରଣଙ୍କ ଗମନାଗମନ ଉପଯୋଗୀ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଦିଗରେ ବିଭାଗ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରାଯାଇ ବାକି ରହିଥିବା କାର୍ଯ୍ୟ ଶେଷ କରାଯିବ।

The post ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି appeared first on Dharitri Odia News.