କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ ଭାଜପା ବ୍ୟବହାର କରି ତାଙ୍କୁ ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଂଗ୍ରେସ ସମେତ ‘ଇଣ୍ଡିଆ’ ମେଣ୍ଟର ଅଧିକାଂଶ ଦଳ ମନା […] The post କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର… appeared first on Dharitri Odia News.

କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ ଭାଜପା ବ୍ୟବହାର କରି ତାଙ୍କୁ ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଂଗ୍ରେସ ସମେତ ‘ଇଣ୍ଡିଆ’ ମେଣ୍ଟର ଅଧିକାଂଶ ଦଳ ମନା କରିଦେଇଥିଲେ। ଏଥିଲାଗି ଅଧୀରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।

ଲୋକ ସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ଉଦ୍‌ଘାଟନ ସମ୍ପର୍କରେ ବିରୋଧୀମାନେ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ଏହାକୁ ସେମାନେ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି କହୁଥିବା ଯୋଗୁ ରାଜନୀତି ସରଗରମ ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଧୀର କହିଛନ୍ତି, ଯଦି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଆମକୁ ହିନ୍ଦୁ ବିରୋଧୀ କୁହାଯାଏ, ତେବେ ଶଙ୍କରାଚାର୍ଯ୍ୟଙ୍କୁ କ’ଣ କୁହାଯିବ? ପ୍ରଧାନମନ୍ତ୍ରୀ ଦେଶର ଏକମାତ୍ର ହିନ୍ଦୁ କି? ସେ ରାମ ଅବତାର ହେବାକୁ ଚାହୁଁଛନ୍ତି। ଭାଜପା ରାଜନୈତିକ ଉଦ୍ଦେଶ୍ୟ ରଖି ରାମଙ୍କ ନାମକୁ ଅପମାନ କରୁଛନ୍ତି ବୋଲି ସେ କହିଛନ୍ତି।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିଲାଗି ପ୍ରସ୍ତୁତି ଜୋରଦାର କରାଯାଉଛି। ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ରୀତିନୀତି ମଧ୍ୟ କରାଯାଉଛି। ଗର୍ଭଗୃହରେ ରାମଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୭୦୦୦ ଲୋକ ସାମିଲ ହେବେ ବୋଲି କୁହାଯାଉଛି, ଯେଉଁଥିରେ ନେତା, ଅଭିନେତା, ଶିଳ୍ପପତି, ସାଧୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।

The post କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର… appeared first on Dharitri Odia News.