କେଜରିୱାଲଙ୍କ ଗିରଫ ବିରୋଧରେ ନିର୍ବାଚନ ଆୟୋଗକୁ ଗଲା INDIA ମେଣ୍ଟ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୨।୩: ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ‘ଇଣ୍ଡିଆ’ ମେଣ୍ଟ ଶୁକ୍ରବାର ନିର୍ବାଚନ ଆୟୋଗକୁ ପହଞ୍ଚିଛି। ବିରୋଧୀ ଦଳଙ୍କ ମେଣ୍ଟ ଜ୍ଞାପନ ଦେଇ ତାଙ୍କର ଅଭିଯୋଗ ଜଣାଇଛନ୍ତି। ଆୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ଓ ମାତ୍ର କିଛି  ସପ୍ତାହ ଅନ୍ତରାଳରେ କେନ୍ଦ୍ର ସରକାର ରାଜ୍ୟମାନଙ୍କରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ବିରୋଧୀ ଦଳ ମେଣ୍ଟ ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏହା ବେଆଇନ କାର୍ଯ୍ୟାନୁଷ୍ଠାନ। ସେ କହିଛନ୍ତି ଯେ ବିରୋଧୀ ଏକଜୁଟ ହୋଇ ନିର୍ବାଚନ ଆୟୋଗକୁ ପହଞ୍ଚିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା କୌଣସି ବ୍ୟକ୍ତି ଅଥବା ପାର୍ଟି ବିଶେଷଙ୍କ ପ୍ରତି ନୁହେଁ ବରଂ ଏହା ଦେଶର ସାମ୍ବିଧାନିକ ଢାଞ୍ଚା ସହିତ ଜଡିତ। ଯେତେବେଳେ ନିର୍ବାଚନ ନିମନ୍ତେ ସମାନ ଅବସରର ଆବଶ୍ୟକତା ପଡୁଛି ସେତେବେଳେ ଆପଣ ଏଜେନ୍ସୀଙ୍କ ଦୂରୁପୋଯୋଗ କରି ମୈଦାନକୁ ସମତଳ କରିବାକୁ ଦେଉ ନାହାନ୍ତି। ଏହା ସ୍ୱାଧୀନ, ନିରପେକ୍ଷ ନିର୍ବାଚନ ଅନ୍ତତଃ ଗଣତନ୍ତ୍ରକୁ ପ୍ରଭାବିତ କରୁଛି। ଏହି ଅବସରରେ ବିରୋଧୀ ଦଳଙ୍କ ମେଣ୍ଟ ନିର୍ବାଚନ ଆୟୋଗଙ୍କୁ ତାଙ୍କର ଉତ୍ତରଦାୟିତ୍ୱ ମନେ ପକାଇ ଦେଇଛନ୍ତି। ମାମଲାରେ ନିର୍ବାଚନ ଆୟୋଗଙ

କେଜରିୱାଲଙ୍କ ଗିରଫ ବିରୋଧରେ ନିର୍ବାଚନ ଆୟୋଗକୁ ଗଲା INDIA ମେଣ୍ଟ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୨।୩: ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ‘ଇଣ୍ଡିଆ’ ମେଣ୍ଟ ଶୁକ୍ରବାର ନିର୍ବାଚନ ଆୟୋଗକୁ ପହଞ୍ଚିଛି। ବିରୋଧୀ ଦଳଙ୍କ ମେଣ୍ଟ ଜ୍ଞାପନ ଦେଇ ତାଙ୍କର ଅଭିଯୋଗ ଜଣାଇଛନ୍ତି। ଆୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ଓ ମାତ୍ର କିଛି  ସପ୍ତାହ ଅନ୍ତରାଳରେ କେନ୍ଦ୍ର ସରକାର ରାଜ୍ୟମାନଙ୍କରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ବିରୋଧୀ ଦଳ ମେଣ୍ଟ ଅଭିଯୋଗ କରିଛନ୍ତି। 

କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏହା ବେଆଇନ କାର୍ଯ୍ୟାନୁଷ୍ଠାନ। ସେ କହିଛନ୍ତି ଯେ ବିରୋଧୀ ଏକଜୁଟ ହୋଇ ନିର୍ବାଚନ ଆୟୋଗକୁ ପହଞ୍ଚିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା କୌଣସି ବ୍ୟକ୍ତି ଅଥବା ପାର୍ଟି ବିଶେଷଙ୍କ ପ୍ରତି ନୁହେଁ ବରଂ ଏହା ଦେଶର ସାମ୍ବିଧାନିକ ଢାଞ୍ଚା ସହିତ ଜଡିତ। ଯେତେବେଳେ ନିର୍ବାଚନ ନିମନ୍ତେ ସମାନ ଅବସରର ଆବଶ୍ୟକତା ପଡୁଛି ସେତେବେଳେ ଆପଣ ଏଜେନ୍ସୀଙ୍କ ଦୂରୁପୋଯୋଗ କରି ମୈଦାନକୁ ସମତଳ କରିବାକୁ ଦେଉ ନାହାନ୍ତି। ଏହା ସ୍ୱାଧୀନ, ନିରପେକ୍ଷ ନିର୍ବାଚନ ଅନ୍ତତଃ ଗଣତନ୍ତ୍ରକୁ ପ୍ରଭାବିତ କରୁଛି। ଏହି ଅବସରରେ ବିରୋଧୀ ଦଳଙ୍କ ମେଣ୍ଟ ନିର୍ବାଚନ ଆୟୋଗଙ୍କୁ ତାଙ୍କର ଉତ୍ତରଦାୟିତ୍ୱ ମନେ ପକାଇ ଦେଇଛନ୍ତି। ମାମଲାରେ ନିର୍ବାଚନ ଆୟୋଗଙ୍କୁ ହସ୍ତକ୍ଷେପ କରିବାକୁ କୁହାଯାଇଛି। ସ୍ୱାଧୀନ ଭାରତର ୭୫ ବର୍ଷର ଇତିହାସରେ ପ୍ରଥମ ଥର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଅବସରରେ ବିରୋଧୀ ମେଣ୍ଟ ଏଜେନ୍ସୀମାନଙ୍କ ଦୂରୁପଯୋଗର ପ୍ରମାଣ ମଧ୍ୟ ଦେଇଛନ୍ତି। ଏଥିରେ ମେଣ୍ଟ ଯଦି ନିର୍ବାଚନ ଆୟୋଗ ଡିଜିପି ଓ ସଚିବଙ୍କୁ ବଦଳାଇ ଦେଇ ପାରୁଛନ୍ତି ସେତେବେଳେ ଏଜେନ୍ସୀଙ୍କ ଉପରେ ନିୟନ୍ତ୍ରଣ କାହିଁକି ରଖି ପାରୁ ନାହାନ୍ତି ବୋଲି ବିରୋଧୀ ମେଣ୍ଟ ପ୍ରଶ୍ନ କରିଛି।