ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜାତୀୟ ଦଳର ଅଧିନାୟକ ତାଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଯୋଗେ ପୋଷ୍ଟ କରିଛନ୍ତି। ତେବେ ଛେତ୍ରୀ ୨୦ ବର୍ଷ କ୍ୟାରିୟରରେ ଭାରତ ପାଇଁ ୧୪୫ ମ୍ୟାଚ୍‌ ଖେଳି ୯୩ ଗୋଲ୍‌ ସ୍କୋର କରିଛନ୍ତି। I’d like […] The post ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ appeared first on Dharitri Odia News.

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜାତୀୟ ଦଳର ଅଧିନାୟକ ତାଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଯୋଗେ ପୋଷ୍ଟ କରିଛନ୍ତି। ତେବେ ଛେତ୍ରୀ ୨୦ ବର୍ଷ କ୍ୟାରିୟରରେ ଭାରତ ପାଇଁ ୧୪୫ ମ୍ୟାଚ୍‌ ଖେଳି ୯୩ ଗୋଲ୍‌ ସ୍କୋର କରିଛନ୍ତି।

ଛେତ୍ରୀ କହିଛନ୍ତି, ଏମିତି ନୁହେଁ ଯେ ମୁଁ କ୍ଲାନ୍ତ ଅନୁଭବ କରୁଥିଲି। ହେଲେ ଯେତେବେଳେ ଏହା ମୋର ଶେଷ ଖେଳ ହେବା ଉଚିତ ବୋଲି ମନେ ହୋଇଥିଲା, ଏନେଇ ବହୁତ ଚିନ୍ତା କରିଥିଲି। ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଲି। ଏହା ପରେ ମୁଁ ଦୁଃଖିତ ହେବି କି? ନିହାତି। ପ୍ରତିଦିନ ଏହାକୁ ନେଇ ଦୁଃଖ ଅନୁଭବ କରିବି କି? ହଁ। ୨୦ ଦିନର ତାଲିମ ପରେ ସବୁକିଛି ଶେଷ ହୋଇଥିବାକୁ ମନେ ପକାଇବି କି? ହଁ। ଏସବୁ କିଛି ଚାଲିଯିବ। କାରଣ ଭିତରେ ଥିବା ଏହି ପିଲା କେବେ ବି ରହି ଯିବାକୁ ଚାହେଁନାହିଁ। ଏଣୁ ସମୟ ଲାଗିବ। ଯଦି ଦେଶ ପାଇଁ ଖେଳିବାକୁ ସୁଯୋଗ ଦିଆଯାଏ ତେବେ କେବେ ବି ନୁହେଁ ବୋଲି ସେ ଭିଡିଓରେ କହିଛନ୍ତି।

ଏହାଛଡ଼ା ଗତ ୧୯ ବର୍ଷ ମଧ୍ୟରେ ଯେଉଁ ଅନୁଭବ ପାଇଛି ତାହା ହେଉଛି କର୍ତ୍ତବ୍ୟ, ଚାପ ଏବଂ ଅପାର ଆନନ୍ଦ ମଧ୍ୟରେ ବହୁତ ସୁନ୍ଦର ମିଶ୍ରଣ। ତେବେ ନିଜକୁ ଯେତେବେଳେ ନିଷ୍ପତ୍ତି ନେଇ କହିଥିଲି ସେତେବେଳେ ସବୁକିଛି ମନେ ପଡ଼ିଥିଲା। ଏହା ଅଦ୍ଭୁତ ଥିଲା। ହେଲେ ପରେ ସେ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ। ମା’ ଏବଂ ପତ୍ନୀ ନିଷ୍ପତ୍ତି ଶୁଣି କାନ୍ଦି ପକାଇଥିବା ସେ ମଧ୍ୟ କହିଛନ୍ତି।

ପ୍ରକାଶ ଯେ, ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଛେତ୍ରୀ। ମାର୍ଚ୍ଚରେ ଛେତ୍ରୀ ଭାରତ ପାଇଁ ୧୫୦ ଥର ପାଇଁ ଖେଳିବାର ଗୌରବ ଅର୍ଜ କରିଥିଲେ। ଏଯାବତ ସେ ୯୪ ଗୋଲ୍‌ ସ୍କୋର କରି ଭାରତର ସର୍ବକାଳୀନ ଟପ୍‌ ସ୍କୋରର୍‌ ରହିଆସିଛନ୍ତି। ତାଙ୍କ ଅଧିନାୟକତ୍ୱରେ ବର୍ତ୍ତମାନ ଭାରତ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟାର ଗ୍ରୁପ୍‌ ଏରେ ଦ୍ୱିତୀୟ ସ୍ଥାନରେ ରହିଛି।

The post ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ appeared first on Dharitri Odia News.