ଅବସର ପରେ ପୁନଃ ନିଯୁକ୍ତି ପାଇଁ ଆସିଲା ନିର୍ଦେଶାବଳୀ
ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଗାଇଡଲାଇନ୍ ଜାରି ହୋଇଛି। କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ, ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ପୁନଃ ନିଯୁକ୍ତି ପାଇଁ ଚୟନ କରିବ କମିଟି। ମୁଖ୍ୟ ସଚିବ ରହିବେ କମିଟି ଅଧ୍ୟକ୍ଷ । ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିବେ। ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ପୁନଃ ନିଯୁକ୍ତି […]

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଗାଇଡଲାଇନ୍ ଜାରି ହୋଇଛି। କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ, ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ପୁନଃ ନିଯୁକ୍ତି ପାଇଁ ଚୟନ କରିବ କମିଟି। ମୁଖ୍ୟ ସଚିବ ରହିବେ କମିଟି ଅଧ୍ୟକ୍ଷ । ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିବେ। ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଜରୁରୀ ବୋଲି ଗାଇଡଲାଇନରେ କୁହାଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସରପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ।