ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଓଡିଶା ଦିବସ ପାଳିତ
କେନ୍ଦୁଝରଗଡ: ସଦର ବ୍ଲକ ପଳାଶପଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଭା ଗୃହରେ ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଉତ୍କଳ ଦିବସ ପାଳନ କରିବା ସହିତ ଓଡିଆ ଭାଷା ଆମ ପରିଚୟର ଗୌରବ ଗାଥାର ମହିମା ଓ ଗରିମାମୟ କଥା ଆଲୋଚନା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଦନାର୍ଦ୍ଦନ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ଗିରି ମୁଖ୍ୟ ଅତିଥି, ଲଳିତ କୁମାର ମହାନ୍ତ ମୁଖ୍ୟ ବକ୍ତା, ରାସେଶ୍ୱର […]

କେନ୍ଦୁଝରଗଡ: ସଦର ବ୍ଲକ ପଳାଶପଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଭା ଗୃହରେ ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଉତ୍କଳ ଦିବସ ପାଳନ କରିବା ସହିତ ଓଡିଆ ଭାଷା ଆମ ପରିଚୟର ଗୌରବ ଗାଥାର ମହିମା ଓ ଗରିମାମୟ କଥା ଆଲୋଚନା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଦନାର୍ଦ୍ଦନ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ଗିରି ମୁଖ୍ୟ ଅତିଥି, ଲଳିତ କୁମାର ମହାନ୍ତ ମୁଖ୍ୟ ବକ୍ତା, ରାସେଶ୍ୱର ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଉତ୍କଳ ଦିବସର ମହିମା ଓ ମୂଲ୍ୟବୋଧ ଉପରେ ଗଭୀର ଭାବେ ଆଲୋଚନା କରିଥିଲେ।
ସଂଗଠନର କାର୍ଯ୍ୟକାରୀ ସଦସ୍ୟ ରମାକାନ୍ତ ପ୍ରଧାନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ କରିଥିଲେ। ସଂଗଠନର ମାର୍ଗଦର୍ଶକ ମନମୋହନ ସିଂହ, ଉପଦେଷ୍ଟା ଶୁକଦେବ ମହାନ୍ତ, ସମାଜସେବୀ କରୁଣାକର ମିଶ୍ର, ବେଣୁଧର ସାହୁ ଅମୁଲ୍ୟ କୁମାର ପ୍ରଧାନ, ଶରତ ଚନ୍ଦ୍ର ମହାନ୍ତ, ପ୍ରଧାନ ଆଚାର୍ଯ୍ୟ କ୍ଷମାନନ୍ଦ ମହାନ୍ତ ଏ ସଂଗଠନକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ କାମନା କରିଥିଲେ।