ଡାଲମିଆ ସିମେଣ୍ଟ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା

ଝାରସୁଗୁଡା ୨୭/୨ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ପାର୍ଶ୍ବରେ ରେ ଅବସ୍ଥିତ କୁରେମାଲ ଡାକ ବଙ୍ଗଳା ପରିସରରେ ଆଜି ଡାଲମିଆ ସିମେଣ୍ଟ ସହଯୋଗରେ ମହାସିଂ ସନ୍ତୋଷୀ ଟ୍ରେଡର୍ସ ପକ୍ଷରୁ ବ୍ଲକ ସ୍ତରୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପଲସଦା ଗ୍ରାମ ପଞ୍ଚାୟତ ସ୍ଥିତ ମହାସିଂ […] The post ଡାଲମିଆ ସିମେଣ୍ଟ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା appeared first on Odisha.News.

ଡାଲମିଆ ସିମେଣ୍ଟ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା

ଝାରସୁଗୁଡା ୨୭/୨ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ପାର୍ଶ୍ବରେ ରେ ଅବସ୍ଥିତ କୁରେମାଲ ଡାକ ବଙ୍ଗଳା ପରିସରରେ ଆଜି ଡାଲମିଆ ସିମେଣ୍ଟ ସହଯୋଗରେ ମହାସିଂ ସନ୍ତୋଷୀ ଟ୍ରେଡର୍ସ ପକ୍ଷରୁ ବ୍ଲକ ସ୍ତରୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପଲସଦା ଗ୍ରାମ ପଞ୍ଚାୟତ ସ୍ଥିତ ମହାସିଂ ଛକରେ ଥିବା ସନ୍ତୋଷୀ ଟ୍ରେଡର୍ସର ମୁଖ୍ୟ ପରିଚାଳକ ତିଳକଚାନ୍ଦ ବେହେରା ଙ୍କ ପିତା ସଚ୍ଚିଦାନନ୍ଦ ବେହେରା ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶିବିରରେ ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ସମରବଗା ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,କଦମଡିହି ସରପଞ୍ଚ ତରୁଲତା ବାରିକ,ପଣ୍ଡରୀ ସରପଞ୍ଚ ସୁବାସିନୀ ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ,ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ,ହେମଚନ୍ଦ୍ର ଖମାରୀ,ଡମ୍ବରୁ ଧର ପଧାନ,ଉପେନ୍ଦ୍ର ବାରିକ,ଲଳିତ ବଂଜାରା,ଫକୀର ପଧାନ, କଳିଙ୍ଗ ସା, ଫଡ଼ିନ୍ଦ୍ର ପଧାନ, ନିତ୍ୟାନନ୍ଦ ବାରିକ,ଶିବରାମ ପଧାନ, ଶିବ କର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଡାଲମିଆ ସିମେଣ୍ଟର ବୈଷୟିକ ଅଧିକାରୀ ସରୋଜ ପାତ୍ର, ସିମେଣ୍ଟ ଯୋଗାଣ ଅଧିକାରୀ ଗିରିଜା ଶଙ୍କର ମହାକୁଳ,ସାଇ ପ୍ରସାଦ ଦାସ ଶିବିରରେ ଯୋଗଦେଇ ଡାଲମିଆ ସିମେଣ୍ଟର ଗୁଣବତ୍ତା ଓ ନିର୍ମାଣ ପଦ୍ଧତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହା ଛଡ଼ା କମ୍ପାନୀ ପକ୍ଷରୁ ରାଜମିସ୍ତ୍ରୀ ମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଶେଷରେ ସମସ୍ତ ନିମନ୍ତ୍ରୀତ ଅତିଥି ମାନଙ୍କୁ ଡାଲମିଆ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।

The post ଡାଲମିଆ ସିମେଣ୍ଟ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କର୍ମଶାଳା appeared first on Odisha.News.