ଅବସାଦରୁ ବାହାରିବାକୁ ବାଟ ଖୋଜୁଛନ୍ତି IAS ଚକ୍‌ମା, ଜେଲରେ ଭେଟିଲେ ସ୍ତ୍ରୀ

ଭବାନୀପାଟଣା ୧୨/୦୬: ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍‌ ଧୀମାନ୍‌ ଚକ୍‌ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବା ପରେ ସେ ଏବେ ଭବାନୀପାଟଣାସ୍ଥିତ ଜିଲ୍ଲା କାରାଗାରର ୩ନଂ ସେଲ୍‌ରେ ବିଚାରାଧୀନ ବନ୍ଦୀ । ପ୍ରଥମ ୨୪ ଘଣ୍ଟାର ମାନସିକ ଅବସାଦରୁ  ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ଜେଲ୍‌ ପାଠାଗାରରୁ ଆଧ୍ୟାତ୍ମିକ ଓ ଅନ୍ୟାନ୍ୟ ପୁସ୍ତକ ଆଣି ପଢ଼ୁଛନ୍ତି । ତ୍ରିପୁରାର ମୂଳ ନିବାସୀ ତଥା ଓଡ଼ିଶା କ୍ୟାଡର୍‌ର ଶ୍ରୀ ଧୀମାନ୍‌  ଓଡ଼ିଆ ଭାଗବତ ପଢୁଥିବା ଜେଲ୍‌  କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ବୁଧବାର ତାଙ୍କ ସ୍ତ୍ରୀ ତାଙ୍କୁ ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି । ସୂଚନାଯୋଗ୍ୟ, ଜୟପାଟଣା ଅଞ୍ଚଳର ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଥିଲେ ଉପଜିଲ୍ଲାପାଳ ଶ୍ରୀ ଧୀମାନ୍‌ । ୨୦ ଲକ୍ଷ ଟଙ୍କା ନ ଦେଲେ କ୍ରସର ଚଳାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ ।  ଗତ ରବିବାର ରାତିରେ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା । ତାଙ୍କ ସରକାରୀ ବାସଭବନରୁ ଆହୁରି ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମିଳିଥିଲା । ସୋମବାର ଉପଜିଲ୍ଲାପାଳ ଶ୍ରୀ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା । ଭବାନୀପାଟ

ଅବସାଦରୁ ବାହାରିବାକୁ ବାଟ ଖୋଜୁଛନ୍ତି IAS ଚକ୍‌ମା, ଜେଲରେ ଭେଟିଲେ ସ୍ତ୍ରୀ

ଭବାନୀପାଟଣା ୧୨/୦୬: ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍‌ ଧୀମାନ୍‌ ଚକ୍‌ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବା ପରେ ସେ ଏବେ ଭବାନୀପାଟଣାସ୍ଥିତ ଜିଲ୍ଲା କାରାଗାରର ୩ନଂ ସେଲ୍‌ରେ ବିଚାରାଧୀନ ବନ୍ଦୀ । ପ୍ରଥମ ୨୪ ଘଣ୍ଟାର ମାନସିକ ଅବସାଦରୁ  ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । 

ଜେଲ୍‌ ପାଠାଗାରରୁ ଆଧ୍ୟାତ୍ମିକ ଓ ଅନ୍ୟାନ୍ୟ ପୁସ୍ତକ ଆଣି ପଢ଼ୁଛନ୍ତି । ତ୍ରିପୁରାର ମୂଳ ନିବାସୀ ତଥା ଓଡ଼ିଶା କ୍ୟାଡର୍‌ର ଶ୍ରୀ ଧୀମାନ୍‌  ଓଡ଼ିଆ ଭାଗବତ ପଢୁଥିବା ଜେଲ୍‌  କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ବୁଧବାର ତାଙ୍କ ସ୍ତ୍ରୀ ତାଙ୍କୁ ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି । ସୂଚନାଯୋଗ୍ୟ, ଜୟପାଟଣା ଅଞ୍ଚଳର ଜଣେ ଲଘୁ ଖଣିଜ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଥିଲେ ଉପଜିଲ୍ଲାପାଳ ଶ୍ରୀ ଧୀମାନ୍‌ । ୨୦ ଲକ୍ଷ ଟଙ୍କା ନ ଦେଲେ କ୍ରସର ଚଳାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ ।  

ଗତ ରବିବାର ରାତିରେ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା । ତାଙ୍କ ସରକାରୀ ବାସଭବନରୁ ଆହୁରି ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମିଳିଥିଲା । ସୋମବାର ଉପଜିଲ୍ଲାପାଳ ଶ୍ରୀ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ୪୭.୪୭ ଲକ୍ଷ ଟଙ୍କା  କେଉଁଠୁ ଆସିଥିଲା ତାହାର ତଦନ୍ତ  ଭିଜିଲାନ୍ସ ଏଯାଏଁ ଆରମ୍ଭ କରି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।