ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା
ଭୁବନେଶ୍ୱର, ୨୧।୫(ସୁନିତ୍ ମିଶ୍ର):ବିଜେଡିର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ରାଜ୍ୟସାରା ବୁଲି ଲୋକଙ୍କ ସମସ୍ୟା ବୁଝିବାର ନାଟକ କରିଥିଲେ। କିନ୍ତୁ ଗୁମାସ୍ତାଙ୍କ ନାଟକକୁ ଓଡ଼ିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରୁଛି ବୋଲି ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି ବିଜେଡି ହାରିବାକୁ ସହଜେ ଗ୍ରହଣ […] The post ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା appeared first on Dharitri Odia News.
ଭୁବନେଶ୍ୱର, ୨୧।୫(ସୁନିତ୍ ମିଶ୍ର):ବିଜେଡିର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ରାଜ୍ୟସାରା ବୁଲି ଲୋକଙ୍କ ସମସ୍ୟା ବୁଝିବାର ନାଟକ କରିଥିଲେ। କିନ୍ତୁ ଗୁମାସ୍ତାଙ୍କ ନାଟକକୁ ଓଡ଼ିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରୁଛି ବୋଲି ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି
ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି, ଏଥିଲାଗି ନିଜ ହିତାହିତ ଜ୍ଞାନ ହରାଇବସିଛି। ରବିବାର ରାତିରେ ବିଜେଡି କର୍ମକର୍ତ୍ତାମାନେ ବରଗଡ଼ ବିଧାନସଭା ସରସରା ଗଁାର ୧୨୮ ଓ ୧୨୯ ନମ୍ବର ବୁଥ୍ରେ ଟଙ୍କା ବାଣ୍ଟୁଥିଲେ। ଲୋକମାନେ ସେହି ଟଙ୍କାକୁ ନ ନେଇ ଫେରାଇବା ସହ ପ୍ରତିବାଦ କଲେ। ଏହି ଦୁଇ ବୁଥ୍ର ୩ ଶହ ମିଟର ଦୂରରେ ବିଜେଡିର ଅଶୋକ ମହାନନ୍ଦ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି ବୋଲି ସମୀର କହିଛନ୍ତି।
ବିଜେଡିକୁ ଟଙ୍କା ଫେରାଇବା ଓ ସେହି ଦଳକୁ ଲୋକେ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଭଟଲି ନିର୍ବାଚନମଣ୍ଡଳୀର ସୁଶାନ୍ତ ସିଂଙ୍କ ପ୍ରରୋଚନାରେ ପେସାଦାର ଅପରାଧୀଙ୍କୁ ଲଗାଇ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ବିଗତ ଦିନରେ ବୁଣାକାରଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆସିଥିବାବେଳେ ତାଙ୍କ ଉପରକୁ ଟେକାପଥର ମାଡ଼ କରାଯିବା ସହ ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏସବୁ ପଛରେ ବିଜେଡି ନେତାଙ୍କ ହାତ ରହିଥିଲା ବୋଲି ସମୀର ହକିଛନ୍ତି। ଏବେ ଯେଉଁମାନେ ଅଧିକ ଭୋଟରେ ଜିତିବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବୁ ବୋଲି ଏମାନେ ପ୍ରତିଶ୍ରୁତି ଦେଉଛନ୍ତି। ସେହିପରି ବିଜେଡିର ପୂର୍ବତନ ସରପଞ୍ଚ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କ ହତ୍ୟା ବିଷୟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ ଶତ୍ରୁତା କହି ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି। କିଛି ମୁଷ୍ଟିମେୟ ଜିଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ବିଜେଡି ହାରିବ ବୋଲି ଜାଣିବା ପରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ତୁରୁମୁ ପଞ୍ଚାୟତ ବେରୁଆବାଡି ଗ୍ରାମର ୪୭ନଂ ବୁଥରେ ନିର୍ବାଚନ ହିଂସା ଘଟାଇଛି ବୋଲି ସମୀର ଅଭିଯୋଗ କରିଛନ୍ତି।
The post ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା appeared first on Dharitri Odia News.