ଅବିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ: ରାଗିଗଲେ ଲେକେ ପରେ…
ବାଲେଶ୍ୱର ,୩୦।୭(ବାଞ୍ଛାନିଧି ଦେ): ପିଟିଏ ମିଟିଂ ଚାଲିଥିବା ବେଳେ ଜଣେ ମହିଳା ଅଭିଭାବକଙ୍କୁ ମାଡ ମାରି ହଟହଟା ହୋଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଉଇଟିକିରିସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ। ବୁଧବାର ବିଦ୍ୟାଳୟରେ ପିଟିଏ ମିଟିଂ ଆହ୍ବାନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଅଭିଭାବକମାନେ ମଧ୍ୟ ବିଦ୍ୟାଳୟର ପହଞ୍ଚିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଉପସ୍ଥିତିରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଆରମ୍ଭ […] The post ଅବିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ: ରାଗିଗଲେ ଲେକେ ପରେ… appeared first on Dharitri Odia News.
ବାଲେଶ୍ୱର ,୩୦।୭(ବାଞ୍ଛାନିଧି ଦେ): ପିଟିଏ ମିଟିଂ ଚାଲିଥିବା ବେଳେ ଜଣେ ମହିଳା ଅଭିଭାବକଙ୍କୁ ମାଡ ମାରି ହଟହଟା ହୋଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଉଇଟିକିରିସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ। ବୁଧବାର ବିଦ୍ୟାଳୟରେ ପିଟିଏ ମିଟିଂ ଆହ୍ବାନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଅଭିଭାବକମାନେ ମଧ୍ୟ ବିଦ୍ୟାଳୟର ପହଞ୍ଚିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଉପସ୍ଥିତିରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ପାନୀୟଜଳ ଓ ଶୌଚାଳୟକୁ ନେଇ କିଛି ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ବିଦ୍ୟାଳୟର ପାଠ ପଢୁଥିବା ୨୧୧ ଜଣ ଛାତ୍ରଛତ୍ରୀଙ୍କୁ ଟାଙ୍କିରେ ଥିବା ଅପରିଷ୍କାର ପାଣି ପିଇବାକୁ ପଡୁଛି। ସେହିପରି ଶୌଚାଳୟ ଥିଲେବି ଏହା ବ୍ୟବହାର ଉପଯୋଗୀ ହୋଇ ନ ଥିବାରୁ ଏଠାରେ ପଢୁଥିବା ୧୦୨ ଜଣ ଛାତ୍ରୀ ପ୍ରତିଦିନ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଅପରିଷ୍କାର ହୋଇ ପଡ଼ିଥିବା ଶୌଚାଳୟକୁ ଦେଖେଇବା ପାଇଁ ଅବିଭାବକ ଅଞ୍ଜଳୀ ଧଳ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡାକିବାରୁ ସେ ଉକ୍ତ ମହିଳାଙ୍କୁ ମାଡ ମାରିଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ଅଭିଭାବକ ମାନେ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କୁ ବିଦ୍ୟାଳୟରେ ତାଲା ମାରିଦେବା ସହିତ ତାଙ୍କର ବଦଳି ଦାବି କରିଥିଲେ। ଯାହା ଫଳରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ବୁଝାଶୁୁଝା କରୁଛନ୍ତି।
The post ଅବିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ: ରାଗିଗଲେ ଲେକେ ପରେ… appeared first on Dharitri Odia News.