'ଅବିଶ୍ୱସନୀୟ.. ଅତ୍ୟନ୍ତ ଦୁଃଖଦାୟକ': ପୁଷ୍ପାଙ୍କ ଗିରଫଦାରୀକୁ ନେଇ ଶ୍ରୀବଲ୍ଲିଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ: ଦଳାଚକଟା ମାମଲାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଟ୍ୱିଟ୍‌ କରି ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ଯାହା ଦେଖୁଛି ମୁଁ ବିଶ୍ୱାସ କରିପାରୁନାହିଁ। ଯେଉଁ ଘଟଣା ଘଟିଲା, ତାହା ଦୁର୍ଭାଗ୍ୟଜନକ ଓ ଗଭୀର ଦୁଃଖଦାୟକ। ତଥାପି, ନିର୍ଦ୍ଦିଷ୍ଟ ଜଣଙ୍କୁ ବ୍ୟକ୍ତିଙ୍କୁ ଦାୟୀ କରାଯାଉଥିବା ନିରାଶଜନକ। ଏହି ପରିସ୍ଥିତି ଅବିଶ୍ୱସନୀୟ ଏବଂ ହୃଦୟ ବିଦାରକ।I can’t believe what I am seeing right now..The incident that happened was an unfortunate and deeply saddening incident.However, it is disheartening to see everything being blamed on a single individual. This situation is both unbelievable and heartbreaking.— Rashmika Mandanna (@iamRashmika) December 13, 2024ମାମଲାରେ ପୋଲିସ ଅଲ୍ଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ନାମପଲ୍ଲୀ କୋର୍ଟ। ଜରୁରୀ ଶୁଣାଣୀ ପାଇଁ ତେଲେଙ୍ଗାନା ହାଇକୋର୍ଟ ଯାଇଥିଲେ ଅଲ୍ଲୁ। ଶେଷରେ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।  ଘଟଣା ଥିଲା ଏମିତି- ୪ ଡିସେମ୍ବର। ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପ୍ରିମିୟର ପାଇଁ ପହଞ୍ଚିଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆଉ

'ଅବିଶ୍ୱସନୀୟ.. ଅତ୍ୟନ୍ତ ଦୁଃଖଦାୟକ': ପୁଷ୍ପାଙ୍କ ଗିରଫଦାରୀକୁ ନେଇ ଶ୍ରୀବଲ୍ଲିଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ: ଦଳାଚକଟା ମାମଲାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଟ୍ୱିଟ୍‌ କରି ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ଯାହା ଦେଖୁଛି ମୁଁ ବିଶ୍ୱାସ କରିପାରୁନାହିଁ। ଯେଉଁ ଘଟଣା ଘଟିଲା, ତାହା ଦୁର୍ଭାଗ୍ୟଜନକ ଓ ଗଭୀର ଦୁଃଖଦାୟକ। ତଥାପି, ନିର୍ଦ୍ଦିଷ୍ଟ ଜଣଙ୍କୁ ବ୍ୟକ୍ତିଙ୍କୁ ଦାୟୀ କରାଯାଉଥିବା ନିରାଶଜନକ। ଏହି ପରିସ୍ଥିତି ଅବିଶ୍ୱସନୀୟ ଏବଂ ହୃଦୟ ବିଦାରକ।

ମାମଲାରେ ପୋଲିସ ଅଲ୍ଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ନାମପଲ୍ଲୀ କୋର୍ଟ। ଜରୁରୀ ଶୁଣାଣୀ ପାଇଁ ତେଲେଙ୍ଗାନା ହାଇକୋର୍ଟ ଯାଇଥିଲେ ଅଲ୍ଲୁ। ଶେଷରେ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।  

ଘଟଣା ଥିଲା ଏମିତି- ୪ ଡିସେମ୍ବର। ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପ୍ରିମିୟର ପାଇଁ ପହଞ୍ଚିଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆଉ ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଗହଳି। ଏତେ ସଂଖ୍ୟାରେ ଲୋକ ଫିଲ୍ମ ହଲ୍‌ ବାହାରେ ଏକାଠି ହୋଇଥିଲେ ଯେ, ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୯ ବର୍ଷର ଛୋଟ ପୁଅ ଏବେ ବି ହସ୍‌ପିଟାଲରେ ଚିକିତ୍ସାଧୀନ। ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। 

ସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠି ଚାର୍ଜ କରିବାକୁ। ପ୍ରିମିୟରରେ କ'ଣ ପାଇଁ ପହଞ୍ଚିଥିଲେ ଅଲ୍ଲୁ ସେନେଇ ଉଠିଥିଲା ପ୍ରଶ୍ନ। ଏନେଇ ଅଭିନେତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା