‘ଅବ୍କି ବାର୍ ୪୦୦ ପାର୍’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…
ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍ ୪ର ରହିବ, କାରଣ ଏହିଦିନ ନିର୍ବାଚନର ଫଳାଫଳ ଜାରି କରାଯିବ। ହେଲେ ଏହା ପୂର୍ବରୁ ନୂଆ ସରକାରଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ ଅନେକ ପ୍ରକାର ଦାବି କରୁଛନ୍ତି। ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା […] The post ‘ଅବ୍କି ବାର୍ ୪୦୦ ପାର୍’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଭବିଷ୍ୟବାଣୀ କଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍ ୪ର ରହିବ, କାରଣ ଏହିଦିନ ନିର୍ବାଚନର ଫଳାଫଳ ଜାରି କରାଯିବ। ହେଲେ ଏହା ପୂର୍ବରୁ ନୂଆ ସରକାରଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ ଅନେକ ପ୍ରକାର ଦାବି କରୁଛନ୍ତି। ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଭାଜପା ସପକ୍ଷରେ ଭବିଷ୍ୟବାଣୀ କରିଥିଲେ। ଏବେ ରାଜନୈତିକ ବିଶେଷଜ୍ଞ ଯୋଗେନ୍ଦ୍ର ଯାଦବ ମଧ୍ୟ ସାଧାରଣ ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ଯୋଗେନ୍ଦ୍ର କହିଛନ୍ତି, ଭାଜପା, ଏନ୍ଡିଏରେ ସାମିଲ ଦଳଗୁଡ଼ିକ ସହାୟତାରେ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବାରେ ସକ୍ଷମ ହେବ। ହେଲେ ‘ଭାଜପାର ୪୦୦ ପାର୍ ’ସ୍ଲୋଗାନ ସମ୍ଭବ ହେବ ନାହିଁ। କାରଣ ସେ ୨୪୦ରୁ ୨୬୦ ଆସନ ଜିତିପାରେ ବୋଲି ସେ କହିଛନ୍ତି। ଏହାଛଡ଼ା ଭାଜପା ସହଯୋଗୀ ଦଳ ୩୫ରୁ ୪୫ ଆସନରେ ବିଜେତା ହୋଇପାରେ। ଏମିତିରେ ଏନ୍ଡିଏ ୨୭୫ରୁ ୩୦୫ ଆସନରେ ବିଜେତା ହେବ, ଯାହାକି ବହୁମତ ପାଇଁ ଯଥେଷ୍ଟ ବୋଲି ସେ ଆକଳନ କରିଛନ୍ତି।
କହିରଖୁଛୁ, ପୂର୍ବରୁ ପ୍ରଶାନ୍ତ ଭାଜପା ପାଇଁ ନିଜ ଦମ୍ରେ ୩୭୦ ଆସନ ଜିତିବା ଅସମ୍ଭବ ହେବ ବୋଲି କହିଥିଲେ ହେଁ ନିଶ୍ଚିତ ଭାବେ ଏନ୍ଡିଏ ୪୦୦ ପାର୍ ଆସନ ହାସଲ କରିପାରିବ ନାହିଁ ବୋଲି କହିଥିଲେ।
ଯୋଗେନ୍ଦ୍ରଙ୍କ ଭବିଷ୍ୟବାଣୀ ମୁତାବକ, ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ୮୫ରୁ ୧୦୦ ଏବଂ ‘ଇଣ୍ଡିଆ’ ମେଣ୍ଟକୁ ୧୨୦ରୁ ୧୩୫ ଆସନ ମିଳିପାରେ। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ଆସନରେ ବିଜେତା ହୋଇଥିଲା। ଏଣୁ ଯୋଗେନ୍ଦ୍ରଙ୍କ ପୂର୍ବାନୁମାନରେ କଂଗ୍ରେସ ପାଇଁ ଏତିକି ହିଁ ଖୁସିଖବର ମିଳିଛି।
देश में चुनाव और सामाजिक राजनीतिक विषयों की समझ रखने वालों में एक विश्वसनीय चेहरा @_YogendraYadav जी ने 2024 Lok Sabha elections का अपना “फ़ाइनल आकलन” साझा किया है।
योगेन्द्र जी के मुताबिक इन चुनावों में बीजेपी को 240-260 और एनडीए की साथी दलों को 35-45 सीटें मिल सकती हैं। मतलब… pic.twitter.com/B1E3NaBEKa
— Prashant Kishor (@PrashantKishor) May 24, 2024
The post ‘ଅବ୍କି ବାର୍ ୪୦୦ ପାର୍’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଭବିଷ୍ୟବାଣୀ କଲେ… appeared first on Dharitri Odia News.