୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବେରା କୋଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏସ୍‌ଡିପିଓ ରଞ୍ଜନ ସେନାପତି, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କେସିଙ୍ଗା ସହର ବିଭିନ୍ନ […] The post ୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌ appeared first on Dharitri Odia News.

୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବେରା କୋଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏସ୍‌ଡିପିଓ ରଞ୍ଜନ ସେନାପତି, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କେସିଙ୍ଗା ସହର ବିଭିନ୍ନ ସମସ୍ୟାର ସମାଧାନ ଦେଇ ୯ଦଫା ସମ୍ବଳିତ ଏକ ଦାବିପତ୍ର ଏସ୍‌ପିଙ୍କୁ ଦାବି ଜଣାଇଛନ୍ତି। ଜଗନ୍ନାଥପଡ଼ାରେ ଏକ ଆଉଟ ପୋଷ୍ଟ ସ୍ଥାପନ ପାଇଁ ଦାବି କରାଯାଇଛି। ସହରରେ ବିଭିନ୍ନ ଜାଗାରେ ଚୋରି ହେଉଛି। ଚୋରି ରୋକିବାକୁ ଏସ୍‌ପି.କେସିଙ୍ଗା ଆଇଆଇସିଙ୍କୁ ବିଭିନ୍ନ ଜାଗାରେ ପାଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜଗନ୍ନାଥ ମନ୍ଦିର ନିକଟରେ ଆଉଟ ପୋଷ୍ଟ ସ୍ଥାପନ, ଦେଶୀ କୁଚିଆ ମଦ ବିକ୍ରି ରୋକିବା,ସହରର ମଧ୍ୟ ଭାଗରେ ଥିବା କବାଡି ଗୋଦାମଗୁଡିକୁ ସ୍ଥାନାନ୍ତର, ଟ୍ରାଫିକ ସମସ୍ୟା ଦୂର, ବ୍ୟବସାୟୀଙ୍କ ଗୋଦାମଗୁଡ଼ିକୁ ସହରର ବାହାରକୁ ସ୍ଥାନାନ୍ତର, ସହରର ମୁଖ୍ୟ ଜାଗାରେ ସିସି କ୍ୟାମେରା ଲଗାଇବା, ପାଷ୍ଟିକୁଡି ଛକରେ ଦୁର୍ଘଟଣା ରୋକିବା ଆଦି ସମସ୍ୟାଗୁଡିକୁ ଏସ୍‌ପିଙ୍କ ନିକଟରେ ଦାବି ଜଣାଇଥିଲେ। ଏଥିସହିତ ଲିଫ୍ଟ ଇରିଗେସନ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ଅଚଳାବସ୍ଥାରେ ପଡ଼ିରହିଛି। ସେହି ୩୦ ଡେସିମିଲି ଜାଗାକୁ ଏନ୍‌ଏସିକୁ ହସ୍ତାନ୍ତର କରିବା ପାଇଁ ଜିଲା ପ୍ରଶାସନକୁ ସିଟିଜେନ ଫୋରମ୍‌ ପକ୍ଷରୁ ଦାବି କରିଥିଲେ। ସିଟିଜେନ ଫୋରମ୍‌ ପକ୍ଷରୁ ଏସ୍‌ପି, ଡିଏସ୍‌ପି, ଇଓଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ସିଟିଜେନ ଫୋରମ୍‌ର ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରୀ। ଧନ୍ୟବାଦ ଦେଇଥିଲେ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନାୟକ ନାଏକ।

The post ୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌ appeared first on Dharitri Odia News.