ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ

ତିହିଡ଼ି,୨୩ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ମୌଜାରେ ଥିବା କାଡ଼ାନାଳ ସବୁ ଅସ୍ତିତ୍ୱ ହରାଇଲାଣି। ଯାହାଦ୍ୱାରା ତଳମୁଣ୍ଡରେ ଥିବା ଚାଷଜମି ଜଳସେଚିତ ହୋଇପାରୁ ନାହିଁ। କେତେକ ଚାଷୀଙ୍କ କାରଣରୁ ଅଧିକାଂଶ ଚାଷୀ ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ବ୍ଲକର ବିଭିନ୍ନ ମୌଜାରେ ଚାଷଜମିରେ ଚକ କରାଯିବା ବେଳେ କାଡ଼ାନାଳ କରାଯାଇଥିଲା। ଦଶମୌଜା କେନାଲରୁ ବାହାରିଥିବା ରିଆନାଳ ସହ କାଡ଼ାନାଳକୁ […] The post ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ appeared first on Dharitri Odia News.

ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ

ତିହିଡ଼ି,୨୩ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ମୌଜାରେ ଥିବା କାଡ଼ାନାଳ ସବୁ ଅସ୍ତିତ୍ୱ ହରାଇଲାଣି। ଯାହାଦ୍ୱାରା ତଳମୁଣ୍ଡରେ ଥିବା ଚାଷଜମି ଜଳସେଚିତ ହୋଇପାରୁ ନାହିଁ। କେତେକ ଚାଷୀଙ୍କ କାରଣରୁ ଅଧିକାଂଶ ଚାଷୀ ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅପରପକ୍ଷେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ବ୍ଲକର ବିଭିନ୍ନ ମୌଜାରେ ଚାଷଜମିରେ ଚକ କରାଯିବା ବେଳେ କାଡ଼ାନାଳ କରାଯାଇଥିଲା। ଦଶମୌଜା କେନାଲରୁ ବାହାରିଥିବା ରିଆନାଳ ସହ କାଡ଼ାନାଳକୁ ସଂଯୋଗ କରାଯାଇଥିଲା। ଏହି କାଡ଼ାନାଳ ତଳମୁଣ୍ଡରେ ଥିବା ଚାଷଜମି ସହ ସଂଯୋଗ ହୋଇଥିବାରୁ ମରୁଡ଼ି ସମୟରେ ଚାଷୀମାନେ କେନାଲ ପାଣି ପାଇ ଜମିରେ ମଡ଼ାଇ ପାରୁଥିଲେ ଏବଂ ଧାନ ଚାଷ ବଞ୍ଚାଇବାରେ ସକ୍ଷମ ହେଉଥିଲେ।

କେତେଜଣ ସ୍ବାର୍ଥନ୍ବେଷୀ ଚାଷୀ କ୍ରମଶଃ କାଡ଼ାନାଳକୁ ନିଜ ଜମି ସହ ମିଶାଇ ଦେଇଥିଲେ। କାଡ଼ାନାଳକୁ କଂକ୍ରିଟ କରାଯାଇ ନ ଥିବାରୁ ସେମାନେ ଏହି କାର୍ଯ୍ୟ କରିବାରେ ସକ୍ଷମ ହୋଇଥିଲେ। ଏ ସମ୍ପର୍କରେ ଚାଷୀମାନେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ କେତେକ ମୌଜାରେ କାଡ଼ାନାଳକୁ ଉଦ୍ଧାର କରାଯାଇ ଅଳ୍ପ କିଛି କଂକ୍ରିଟ କରାଯାଇଥିଲା। ମାତ୍ର କାଡ଼ାନାଳ ସମ୍ପୂର୍ଣ୍ଣ ଉଦ୍ଧାର ହୋଇପାରି ନ ଥିଲା।

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ ହୋଇଥିବା କାଡ଼ାନାଳ କେଉଁଠି ପୋତି ହୋଇଗଲାଣି ତ ଅନ୍ୟ କେଉଁଠି ଘାସରେ ପରିପୂର୍ଣ୍ଣ ହୋଇଛି। ଅନ୍ୟ କେତେକ ସ୍ଥାନରେ କଂକ୍ରିଟ ଭାଙ୍ଗିଯାଇ ନାଳ ପୋତି ହୋଇପଡ଼ିଛି। ଯାହାଦ୍ୱାରା କାଡ଼ାନାଳ ସହାୟତାରେ ପାଣି ମାଡ଼ିବା ସମ୍ଭବ ହେଉନାହିଁ। ବର୍ଷାର ଅନିୟମିତତା ଯୋଗୁ ପ୍ରତିବର୍ଷ ଚାଷୀମାନେ ମରୁଡ଼ି ପରିସ୍ଥିତିକୁ ସାମ୍ନା କରୁଥିବାରୁ କାଡ଼ାନାଳର ଆବଶ୍ୟକତା ଜରୁରୀ ହୋଇଛି। ଏପରି ସ୍ଥଳେ ନାଳର ବିପର୍ଯ୍ୟୟ ଅବସ୍ଥା ଚାଷୀମାନଙ୍କୁ ନିରାଶ କରିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

The post ଅସ୍ତିତ୍ୱ ହରାଇଲାଣି କାଡ଼ାନାଳ appeared first on Dharitri Odia News.