ଡ୍ରୋନ୍ ନୁହେଁ, ବଦଳିବ ଯୁଦ୍ଧର ଅସ୍ତ୍ର: କମାଣ୍ଡୋ ବଦଳରେ ଅସରପା ଲଢ଼ିବେ ଯୁଦ୍ଧ
ନୂଆଦିଲ୍ଲୀ ୨୬/୦୭: ଅଶାନ୍ତ ମଧ୍ୟପ୍ରାଚ୍ୟ । ଜାରି ରହିଛି ଘନଘଟା ସ୍ଥିତି । ଆତଙ୍କବାଦୀଙ୍କ ବିରୋଧରେ ମୁହଁତୋଡ ଜବାବ । ଭାରତର ଅପରେସନ ସିନ୍ଦୂର ହେଉ ବା ଋଷ-ୟୁକ୍ରେନ ଯୁଦ୍ଧ । ଯେଉଁଥିରେ ବ୍ୟବହୃତ ହେଉଛି ଆତ୍ମଘାତୀ ଡ୍ରୋନ । ଭୟାନକ ଯୁଦ୍ଧରେ ଲାଗୁଥିଲେ ସତେ ଯେମିତି ଡ୍ରୋନ ଏକମାତ୍ର ଅସ୍ତ୍ର । ଯାହାର ବ୍ୟବହାରରେ ମାତ୍ ଖାଇବେ ଶତ୍ରୁ । ହେଲେ ସମୟ ସହ ବଦଳିଛି ଟ୍ରେଣ୍ଡ । ଯୁଦ୍ଧରେ ଡ୍ରୋନ ନୁହେଁ ବ୍ୟବହାର ହେବାକୁ ଯାଉଛି ଟେକ୍ନୋଲଜି । ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡ଼ିକ ଆଗେଇଛନ୍ତି ଆଉ ଗୋଟିଏ ପାଦ । ଉଦ୍ଭାବନ କରିଛନ୍ତି ଅସରପା ଓ ମାନବହୀନ AI ଆଧାରିତ ଅସ୍ତ୍ର । ଯାହା ଏବେ ମୈଦାନରେ ଲଢିବେ ଯୁଦ୍ଧ । ସାମରିକ ଷ୍ଟାର୍ଟଅପ୍ ପାଇଁ ଅଣ୍ଟା ଭିଡିଛନ୍ତି ଜର୍ମାନ ସରକାର । ଆରମ୍ଭ ହୋଇଛି ପାଣ୍ଠି ଯୋଗାଇବା ପ୍ରକ୍ରିୟା । ଫଳ ସ୍ୱରୁପ ଜର୍ମାନୀ ଏବେ ସ୍ପାଏ ଅସରପା, ମାନବହୀନ ବୁଡ଼ାଜାହାଜ ଓ AI-ଆଧାରିତ ଟ୍ୟାଙ୍କ ନିର୍ମାଣ କରୁଛି। ଏକଥା ସ୍ପଷ୍ଟ କରିଛନ୍ତି ସାଇବର ଇନୋଭେସନ୍ ହବ୍ର ମୁଖ୍ୟ ସ୍ୱେନ ୱେଜେନେଗର । ବିଶେଷ କରି ସ୍ୱାର୍ମ ବାୟୋଟାକ୍ଟିକ୍ସ ନାମକ କମ୍ପାନୀ ତିଆରି କରୁଛି ସାଇବର୍ଗ କକ୍ରୋଚ୍ । ଅର୍ଥାତ୍ ଅସରପାଗୁଡ଼ିକୁ ଛୋଟ ବ୍ୟାକପ୍ୟାକ୍ ପିନ୍ଧିବା ପାଇଁ ତିଆରି କରାଯାଉଛି । ଏହାସହ ସେମାନଙ୍କ ଉପରେ କ୍ୟାମେରା ଲଗାଯାଉଛି । ଯାହା ଦ୍ୱାରା ସେମାନେ ଶତ୍ରୁ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କର
ନୂଆଦିଲ୍ଲୀ ୨୬/୦୭: ଅଶାନ୍ତ ମଧ୍ୟପ୍ରାଚ୍ୟ । ଜାରି ରହିଛି ଘନଘଟା ସ୍ଥିତି । ଆତଙ୍କବାଦୀଙ୍କ ବିରୋଧରେ ମୁହଁତୋଡ ଜବାବ । ଭାରତର ଅପରେସନ ସିନ୍ଦୂର ହେଉ ବା ଋଷ-ୟୁକ୍ରେନ ଯୁଦ୍ଧ । ଯେଉଁଥିରେ ବ୍ୟବହୃତ ହେଉଛି ଆତ୍ମଘାତୀ ଡ୍ରୋନ । ଭୟାନକ ଯୁଦ୍ଧରେ ଲାଗୁଥିଲେ ସତେ ଯେମିତି ଡ୍ରୋନ ଏକମାତ୍ର ଅସ୍ତ୍ର । ଯାହାର ବ୍ୟବହାରରେ ମାତ୍ ଖାଇବେ ଶତ୍ରୁ । ହେଲେ ସମୟ ସହ ବଦଳିଛି ଟ୍ରେଣ୍ଡ । ଯୁଦ୍ଧରେ ଡ୍ରୋନ ନୁହେଁ ବ୍ୟବହାର ହେବାକୁ ଯାଉଛି ଟେକ୍ନୋଲଜି । ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡ଼ିକ ଆଗେଇଛନ୍ତି ଆଉ ଗୋଟିଏ ପାଦ । ଉଦ୍ଭାବନ କରିଛନ୍ତି ଅସରପା ଓ ମାନବହୀନ AI ଆଧାରିତ ଅସ୍ତ୍ର । ଯାହା ଏବେ ମୈଦାନରେ ଲଢିବେ ଯୁଦ୍ଧ ।
ସାମରିକ ଷ୍ଟାର୍ଟଅପ୍ ପାଇଁ ଅଣ୍ଟା ଭିଡିଛନ୍ତି ଜର୍ମାନ ସରକାର । ଆରମ୍ଭ ହୋଇଛି ପାଣ୍ଠି ଯୋଗାଇବା ପ୍ରକ୍ରିୟା । ଫଳ ସ୍ୱରୁପ ଜର୍ମାନୀ ଏବେ ସ୍ପାଏ ଅସରପା, ମାନବହୀନ ବୁଡ଼ାଜାହାଜ ଓ AI-ଆଧାରିତ ଟ୍ୟାଙ୍କ ନିର୍ମାଣ କରୁଛି। ଏକଥା ସ୍ପଷ୍ଟ କରିଛନ୍ତି ସାଇବର ଇନୋଭେସନ୍ ହବ୍ର ମୁଖ୍ୟ ସ୍ୱେନ ୱେଜେନେଗର ।
ବିଶେଷ କରି ସ୍ୱାର୍ମ ବାୟୋଟାକ୍ଟିକ୍ସ ନାମକ କମ୍ପାନୀ ତିଆରି କରୁଛି ସାଇବର୍ଗ କକ୍ରୋଚ୍ । ଅର୍ଥାତ୍ ଅସରପାଗୁଡ଼ିକୁ ଛୋଟ ବ୍ୟାକପ୍ୟାକ୍ ପିନ୍ଧିବା ପାଇଁ ତିଆରି କରାଯାଉଛି । ଏହାସହ ସେମାନଙ୍କ ଉପରେ କ୍ୟାମେରା ଲଗାଯାଉଛି । ଯାହା ଦ୍ୱାରା ସେମାନେ ଶତ୍ରୁ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିପାରିବେ। ବୈଦ୍ୟୁତିକ ସଙ୍କେତ ସାହାଯ୍ୟରେ ସେମାନଙ୍କର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ।
ଗୁପ୍ତଚର ଅସରପାର କ୍ଷମତା ବି ରହିଛି । ଏହି ଅସରପା ସାଧାରଣ କୀଟପତଙ୍ଗ ନୁହଁନ୍ତି, ସେମାନେ ଏପରି ସ୍ପାଏ ଏଜେଣ୍ଟ । ଯାହା କାନ୍ଥରେ ଚଢ଼ି ଶତ୍ରୁର କଥାବାର୍ତ୍ତା ରେକର୍ଡ କରିବେ । ଏଗୁଡ଼ିକ ମାଇକ୍ରୋଫୋନ୍ ଓ ସେନ୍ସରରେ ସୁସଜ୍ଜିତ । ଏହା ନୀରବରେ ଶତ୍ରୁର ସୀମା ଭିତରକୁ ପ୍ରବେଶ କରି ତଥ୍ୟ ଯୋଗାଡ଼ କରିପାରିବେ । ARX ରୋବୋଟିକ୍ସ ମଧ୍ୟ ଏପରି AI ଟ୍ୟାଙ୍କ ବିକଶିତ କରୁଛି A। । ଏବେ ପ୍ରଥମ ଥର ପାଇଁ ୟୁରୋପ ଆମେରିକା ଅପେକ୍ଷା ପ୍ରତିରକ୍ଷା ଟେକ୍ନୋଲୋଜିରେ ଅଧିକ ଖର୍ଚ୍ଚ କରୁଛି ।
ଜର୍ମାନୀ ୨୦୨୯ ସୁଦ୍ଧା ୧୬୨ ବିଲିୟନ ୟୁରୋ ଖର୍ଚ୍ଚ କରିବାକୁ ଯାଉଛି । ଏହି ସମସ୍ତ ଟଙ୍କା ଏହି ହାଇ-ଟେକ୍ନୋଲୋଜି ରୋବଟ୍ରେ ଖର୍ଚ୍ଚ ହେବ । କାରଣ ସେମାନେ ଜାଣନ୍ତି ଯେ ଯୁଦ୍ଧ ଆଉ କେବଳ ବୋମା ଓ ଗୁଳିର ଖେଳ ନୁହେଁ । ଏହା ବଳରେ ଯୁଦ୍ଧ ସେହି ଦେଶ ଜିତିବ ଯିଏ ଆଲଗୋରିଦମରେ ଆଗୁଆ ରହିବ ।
କହିବାକୁ ଗଲେ ରୁଷ-ୟୁକ୍ରେନ ଯୁଦ୍ଧ ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ୟୁରୋପ ଏବେ ବୁଝିବା ଆରମ୍ଭ କରିଛି ଯେ ଏହାର ସୁରକ୍ଷାକୁ ଆମେରିକା ଓ ନାଟୋର ଦୟା ଉପରେ ଛାଡି ଦିଆଯାଇପାରିବ ନାହିଁ। ଏହି କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୟୁରୋପରେ ପୁଣି ଥରେ ଅସ୍ତ୍ରଶସ୍ତ୍ର ବିକାଶର ଦୌଡ଼ ଆରମ୍ଭ ହୋଇଛି, ଯେଉଁଥିରେ ଜର୍ମାନୀ ସର୍ବାଧିକ ଖର୍ଚ୍ଚ କରୁଛି। ପ୍ରକୃତରେ, ୟୁରୋପରେ ଅନେକ ଛୋଟ ଦେଶ ଅଛି, ଯେଉଁଠାରେ କମ୍ପାନୀଗୁଡ଼ିକର ଅସ୍ତ୍ରଶସ୍ତ୍ର ବିକାଶ ପାଇଁ ଭିନ୍ନ ନିୟମ ଅଛି।
ଅନ୍ୟପକ୍ଷରେ, ଲକହିଡ୍ ମାର୍ଟିନ୍, RTX ଭଳି ବଡ଼ କମ୍ପାନୀଗୁଡ଼ିକ ଆମେରିକାରେ ପୂର୍ବରୁ ଶକ୍ତିଶାଳୀ ଓ ସେମାନେ ଉପଗ୍ରହ, ଯୁଦ୍ଧ ବିମାନ ଏବଂ ସ୍ମାର୍ଟ ଅସ୍ତ୍ରଶସ୍ତ୍ର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏପରି ପରିସ୍ଥିତିରେ, ଜର୍ମାନୀ ନିଷ୍ପତ୍ତି ନେଇଛି ଯେ ସେ ୨୦୨୯ ସୁଦ୍ଧା ପ୍ରତିରକ୍ଷା ଖର୍ଚ୍ଚକୁ ତିନି ଗୁଣ ବୃଦ୍ଧି କରି ବାର୍ଷିକ ୧୬୨ ବିଲିୟନ ୟୁରୋ କରିବ।