କୁପଓ୍ବାଡାରେ ମଙ୍ଗଳବାର ରାତିରୁ ଚାଲିଛି ଗୁଳିବିନିମୟ : ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

ନୂଆଦିଲ୍ଲୀ ୨୪।୭: ଜାମ୍ମୁକାଶ୍ମୀର କୁପଓ୍ବାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେପଟେ ଗୁଳିବିନିମୟ ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଜାମ୍ମୁକାଶ୍ମୀର କୁପଓ୍ବାଡା ଲୋଲାବ ଘାଟିର ତ୍ରିମୁଖା ଶୃଙ୍ଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଲ୍‌ଓସି ନିକଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ମାନେ ଘେରିଥିଲେ । ଦିନକ ପୂର୍ବରୁ ପୁଞ୍ଚର ବଟ୍ଟଲ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ସେନାର ଜଣେ ଯବାନ ଆହତ ମଧ୍ୟ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଯବାନ ଜଣଙ୍କ ସହିଦ ହୋଇଯାଇଛନ୍ତି । ସୁରକ୍ଷାକର୍ମୀ ଆଲର୍ଟ ଥିବା ସୂଚନା ମିଳିଛି । ସେହିଭଳି ଜୁଲାଇ ୧୭ ତାରିଖରେ ମଧ୍ୟ ଜାମ୍ମୁକାଶ୍ମୀର କୁପଓ୍ବାଡାରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ନର୍ଥ କାଶ୍ମୀର କୁପଓ୍ବାଡା କେରନ ସେକ୍ଟର ଏଲଓସି ନିକଟରେ ଏନକାଉଣ୍ଟର ହୋଇଥିଲା । ଏବାପୂର୍ବରୁ ଡୋଡା କାସ୍ତିଗଡରେ ଗୁଳିବିନିମୟ ହୋଇଥିଲା ।You Can Read:ଦିଲ୍ଲୀର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୨୩ ଗାଡି  

କୁପଓ୍ବାଡାରେ ମଙ୍ଗଳବାର ରାତିରୁ ଚାଲିଛି ଗୁଳିବିନିମୟ : ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

ନୂଆଦିଲ୍ଲୀ ୨୪: ଜାମ୍ମୁକାଶ୍ମୀର କୁପଓ୍ବାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେପଟେ ଗୁଳିବିନିମୟ ବେଳେ ଜଣେ ଯବାନ ଆହତ ହୋଇଛନ୍ତି । 

ଜାମ୍ମୁକାଶ୍ମୀର କୁପଓ୍ବାଡା ଲୋଲାବ ଘାଟିର ତ୍ରିମୁଖା ଶୃଙ୍ଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଲ୍‌ଓସି ନିକଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ମାନେ ଘେରିଥିଲେ । 

ଦିନକ ପୂର୍ବରୁ ପୁଞ୍ଚର ବଟ୍ଟଲ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ସେନାର ଜଣେ ଯବାନ ଆହତ ମଧ୍ୟ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଯବାନ ଜଣଙ୍କ ସହିଦ ହୋଇଯାଇଛନ୍ତି । ସୁରକ୍ଷାକର୍ମୀ ଆଲର୍ଟ ଥିବା ସୂଚନା ମିଳିଛି । 

ସେହିଭଳି ଜୁଲାଇ ୧୭ ତାରିଖରେ ମଧ୍ୟ ଜାମ୍ମୁକାଶ୍ମୀର କୁପଓ୍ବାଡାରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ନର୍ଥ କାଶ୍ମୀର କୁପଓ୍ବାଡା କେରନ ସେକ୍ଟର ଏଲଓସି ନିକଟରେ ଏନକାଉଣ୍ଟର ହୋଇଥିଲା । ଏବାପୂର୍ବରୁ ଡୋଡା କାସ୍ତିଗଡରେ ଗୁଳିବିନିମୟ ହୋଇଥିଲା ।

You Can Read:

ଦିଲ୍ଲୀର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳର ୨୩ ଗାଡି