ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ସହ ଜଡିତ ପ୍ରସଙ୍ଗ। ଏହା ଉପରେ କାନାଡା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି। ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି। ଏହାକୁ ନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି […] The post ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା appeared first on Dharitri Odia News.

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ସହ ଜଡିତ ପ୍ରସଙ୍ଗ। ଏହା ଉପରେ କାନାଡା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି। ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି। ଏହାକୁ ନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ଭାରତୀୟ କୂଟନୀତିଜ୍ଞଙ୍କୁ ସ୍ପଷ୍ଟ ଭାବରେ ନୋଟିସରେ ରଖାଯାଇଛି।

ଜୋଲି କହିଛନ୍ତି, ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରୁଥିବା କିମ୍ବା କାନାଡିୟମାନଙ୍କ ଜୀବନ ପ୍ରତି ବିପଦ ଥିବା ସରକାର କୌଣସି କୂଟନୀତିଜ୍ଞଙ୍କୁ ବରଦାସ୍ତ କରିବେ ନାହିଁ। ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରି ଏହାର ଉଚ୍ଚ କମିଶନରଙ୍କୁ କାନାଡାରୁ ଫେରାଇ ନେବାକୁ ଘୋଷଣା କରିଛି।

ଭାରତକୁ ଦୋଷାରୋପ କରିବା ସହ ଜୋଲି, କାନାଡାର ଜାତୀୟ ପୋଲିସ ଫୋର୍ସ ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା, ମୃତ୍ୟୁ ଧମକ ଏବଂ ଭୟଭୀତତା ସହ ଯୋଡିଛି। ଏହାପୂର୍ବରୁ ଭାରତ ହାର୍ଦ୍ଦିକ ସିଂ ନିଜ୍ଜାର ହତ୍ୟା ଘଟଣାର ତଦନ୍ତ ସହ ଯୋଡିଥିବା କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା।
ଜୋଲି ଭାରତକୁ ରୁଷିଆ ସହିତ ତୁଳନା କରି କହିଛନ୍ତି, ଆମ ଇତିହାସରେ ଆମେ ଏପରି ଘଟଣା କେବେ ଦେଖିନାହୁଁ। ଏହି ସ୍ତରର ଅନ୍ତର୍ଜାତୀୟ ଦମନ କାନାଡିୟ ମାଟିରେ ହୋଇପାରିବ ନାହିଁ। ୟୁରୋପର ଅନ୍ୟ ସ୍ଥାନରେ ଆମେ ଏହା ଦେଖିଛୁ। ଜର୍ମାନୀ ଏବଂ ବ୍ରିଟେନରେ ରୁଷିଆ ଏହା କରିଛି ଏବଂ ଏହି ପ୍ରସଙ୍ଗରେ ଆମକୁ ଦୃଢ ଭାବରେ ଠିଆ ହେବାକୁ ପଡିବ।

The post ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା appeared first on Dharitri Odia News.