ଓଜନ ବଢାଏ ଏହି ଖରାପ ଅଭ୍ୟାସ
ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ ମୃତ୍ୟୁର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏଭଳି କୁଅଭ୍ୟାସକୁ ବର୍ଜନ କରିବା ଆବଶ୍ୟକ। ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଥିରୁ ସାମୟିକ ଆନନ୍ଦ ମିଳିପାରେ, ହେଲେ ସେମାନଙ୍କୁ ଏଭଳି ଏକ ଦୁନିଆକୁ ଏହା ଟାଣିନିଏ, ଯେଉଁଠୁ ଫେରି ଆସିବା ସହଜ ହୋଇ ନ ଥାଏ। ଏହାର ଅପକାରୀ ଗୁଣ ବିଷୟରେ […] The post ଓଜନ ବଢାଏ ଏହି ଖରାପ ଅଭ୍ୟାସ appeared first on Dharitri Odia News.
ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ ମୃତ୍ୟୁର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏଭଳି କୁଅଭ୍ୟାସକୁ ବର୍ଜନ କରିବା ଆବଶ୍ୟକ। ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଥିରୁ ସାମୟିକ ଆନନ୍ଦ ମିଳିପାରେ, ହେଲେ ସେମାନଙ୍କୁ ଏଭଳି ଏକ ଦୁନିଆକୁ ଏହା ଟାଣିନିଏ, ଯେଉଁଠୁ ଫେରି ଆସିବା ସହଜ ହୋଇ ନ ଥାଏ। ଏହାର ଅପକାରୀ ଗୁଣ ବିଷୟରେ ଅନେକ ଅଳ୍ପ ବହୁତ ଜାଣନ୍ତି। ଯଦି ଜଣେ ବ୍ୟକ୍ତି ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି, ତେବେ ପରବର୍ତ୍ତୀ ସମୟରେ ସେ ମେଦବହୁଳତା ବା ଓଜନ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏ ନେଇ ନିକଟରେ ଓ୍ବାଶିଂଟନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ନିୟମିତ ଏଭଳି ଅଭ୍ୟାସ ସହ ଜଡିତ କେତେକ ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଓଜନ ପରୀକ୍ଷା କରି ସେମାନେ ଏକ କଥା ଜାଣିପାରିଛନ୍ତି। ତେଣୁ ଓଜନକୁ ସନ୍ତୁଳିତ ରଖିବାକୁ ହେଲେ ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ତା’ସହ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ନିଶ୍ଚୟ ସାମିଲ କରନ୍ତୁ। ଏହାବ୍ୟତୀତ ନିଶାଦ୍ରଦ୍ୟ ସେବନ ଅଭ୍ୟାସକୁ ବର୍ଜନ କରନ୍ତୁ।
The post ଓଜନ ବଢାଏ ଏହି ଖରାପ ଅଭ୍ୟାସ appeared first on Dharitri Odia News.