ବିପଦରେ ଗଜରାଜ, ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ

ଭୁବନେଶ୍ୱର,୧୮।୨: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି। ହାତୀ ଶିକାର, ବିଦ୍ୟୁତ୍‌ ଆଘାତ ଭଳି ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ହେଉଛି। ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୨୦୧୩ଟି ହାତୀ ରହିଥିବା ମନ୍ତ୍ରୀ କହିଛନ୍ତି। […] The post ବିପଦରେ ଗଜରାଜ, ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ appeared first on Dharitri Odia News.

ବିପଦରେ ଗଜରାଜ, ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ

ଭୁବନେଶ୍ୱର,୧୮।୨: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି।

ହାତୀ ଶିକାର, ବିଦ୍ୟୁତ୍‌ ଆଘାତ ଭଳି ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ହେଉଛି। ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୨୦୧୩ଟି ହାତୀ ରହିଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ, ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ହରିଲୁଟ ହୋଇଥିବା ଗୃହରେ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

୨୦୨୧-୨୨ରେ ଆର୍ଥିକ ବର୍ଷରେ ୨୮୧୪ ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଦୁର୍ନୀତି ହୋଇଥିବା ବେଳେ ୨୦୨୨-୨୩ରେ ୩୮ଟି ମାମଲାରେ ୯କୋଟି ୧୭ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି। ୨୦୨୩-୨୪ରେ ୨୦୩୮ମାମଲା ୧କୋଟି ୮୬ ଲକ୍ଷ ୬୦ ହଜାର ହଡ଼ପ କରାଯାଇଥିବା ମନ୍ତ୍ରୀ ନାୟକ କହିଛନ୍ତି।

The post ବିପଦରେ ଗଜରାଜ, ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ appeared first on Dharitri Odia News.