ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ୧୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ଅନେକ ଗୁଡ଼ିଏ ପଦବୀ ଖାଲି ରହିଥିବା ବେଳେ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲଙ୍କୁ ଗତ ଜାନୁଆରୀରୁ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଅନ୍ୟ ବ୍ଲକର ଅଧିକାରୀଙ୍କୁ ଏଠି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବ୍ଲକର ୧୨ଟି […] The post ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା appeared first on Dharitri Odia News.

ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ୧୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ଅନେକ ଗୁଡ଼ିଏ ପଦବୀ ଖାଲି ରହିଥିବା ବେଳେ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲଙ୍କୁ ଗତ ଜାନୁଆରୀରୁ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଅନ୍ୟ ବ୍ଲକର ଅଧିକାରୀଙ୍କୁ ଏଠି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବ୍ଲକର ୧୨ଟି ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ( ଏଇ) ଓ ୩ ଜଣ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଠିକ୍‌ ସେହିପରି ବ୍ଲକରେ ୧୨ ଟି ପଞ୍ଚାୟତକୁ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୭ ଜଣ ଆକାଉଣ୍ଟାଣ୍ଟ କମ୍‌ ଡିଇଓ, ଜଣେ ଗ୍ରାମ ରୋଜଗାର ସେବକ ରହିଛନ୍ତି।

ଅନ୍ୟ ପଟେ ବ୍ଲକରେ କେସିଙ୍ଗା ଡବ୍ଲ୍ୟୁଇଓ , ମ.ରାମପୁର ଖାଉଟି ଯୋଗାଣ ଅଧିକାରୀଙ୍କୁ ଏହି ବ୍ଲକରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଫଳରେ ଏହି ଅଧିକାରୀମାନେ ନିୟମିତ ଭାବେ ଆସୁ ନ ଥିବାରୁ ସାଧାରଣ ଲୋକ ହଇରାଣ ହେଉଥିବା ଜଣାପଡ଼ିଛି। ଏହି ବ୍ଲକରେ ଏବେ କିଛି ଦିନ ପୂର୍ବରୁ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀଙ୍କ ପଦୋନ୍ନତି ପାଇ ବଦଳି ହେବା ପରେ କିରାଣି ପ୍ରଦୀପ କୁମାର ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟ ପଟେ ପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କ ଚଳିତ ମାସରେ ଅନ୍ୟତ୍ର ବଦଳି ହେବା ପରେ ଏହି ପଦବୀ ପୂରଣ ହୋଇପାରିନାହିଁ। ପିଏ,ଏବିଡିଓ, କିରାଣି,ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀଗୁଡିକ ଦୀର୍ଘଦିନରୁ ଖାଲି ପଡ଼ିଥିବାରୁ ସାଧାରଣ ଲୋକ ଙ୍କ ସମସ୍ୟା ସମାଧାନ ହୋଇପାରିନି। ଏଣୁ ଏଥିପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା appeared first on Dharitri Odia News.