ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା

ଗଞ୍ଜାମ,୨୨ା୩(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ଉଠା ପନିପରିବା ବେପାରୀଙ୍କ ସମସ୍ୟା ସମାଧାନ ହୋଇଛି। ଶୁକ୍ରବାର ସେମାନେ ନୂଆ ଠିକଣା ପାଇଛନ୍ତି l ସ୍ଥାୟୀ ସମାଧାନ ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୀର୍ଘଦିନ ହେବ ସାନ ବଜାର ସଂଘ ସଭାପତି ସୁଧୀର କୁମାର ପାଢ଼ୀ ଏବଂ ବଡ଼ ବଜାର ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କ ପ୍ରଚେଷ୍ଟାରେ ଉଠା ପନିପରିବା ଦୋକାନୀମାନଙ୍କ ସଙ୍କଟ ଦୂର ହୋଇଥିବା ଜଣେ ବେପାରୀ ଗଣମାଧ୍ୟମକୁ ସୂଚନା […] The post ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା appeared first on Dharitri Odia News.

ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା

ଗଞ୍ଜାମ,୨୨ା୩(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ଉଠା ପନିପରିବା ବେପାରୀଙ୍କ ସମସ୍ୟା ସମାଧାନ ହୋଇଛି। ଶୁକ୍ରବାର ସେମାନେ ନୂଆ ଠିକଣା ପାଇଛନ୍ତି l ସ୍ଥାୟୀ ସମାଧାନ ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୀର୍ଘଦିନ ହେବ ସାନ ବଜାର ସଂଘ ସଭାପତି ସୁଧୀର କୁମାର ପାଢ଼ୀ ଏବଂ ବଡ଼ ବଜାର ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କ ପ୍ରଚେଷ୍ଟାରେ ଉଠା ପନିପରିବା ଦୋକାନୀମାନଙ୍କ ସଙ୍କଟ ଦୂର ହୋଇଥିବା ଜଣେ ବେପାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ସେମାନେ ଡହଡହ ଖରାରେ ବସି ପନିପରିବା ବିକ୍ରି କରୁଥିଲେ ବର୍ତ୍ତମାନ ଭେଣ୍ଡିଂଜୋନ୍‌ରେ ବସି ପରିବା ବିକ୍ରି କରୁଥିବା ଲକ୍ଷ କରାଯାଇଛି l ପନିପରିବା ବ୍ୟବସାୟୀମାନେ ଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା appeared first on Dharitri Odia News.