ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର
ଚଣ୍ଡିଗଡ଼,୩୦।୬:ପଞ୍ଜାବର ରୋପର ଜିଲା ନିବାସୀ ତେଘବୀର ସିଂ(୬) ୟୁରୋପ ମହାଦେଶର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୁଷିଆରେ ଅବସ୍ଥିତ ୧୮,୫୧୦ ଫୁଟ (୫,୬୪୨ ମିଟର) ଉଚ୍ଚତାର ଏହି ଗିରି ଶୃଙ୍ଗର ଶିଖରକୁ ଚଢ଼ିବାରେ ତେଘବୀର ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇପାରିଛନ୍ତି। ସେ ଗତ ୨୦ ତାରିଖରୁ ମାଉଣ୍ଟ ଏଲ୍ବ୍ରସରେ ନିଜର ଏହି ପର୍ବତାରୋହଣ ଯାତ୍ରା ଆରମ୍ଭ କରିଥିଲେ। ଶନିବାର ସେ ଗିରିଶୃଙ୍ଗର ସର୍ବୋଚ୍ଚ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। […] The post ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର appeared first on Dharitri Odia News.
ଚଣ୍ଡିଗଡ଼,୩୦।୬:ପଞ୍ଜାବର ରୋପର ଜିଲା ନିବାସୀ ତେଘବୀର ସିଂ(୬) ୟୁରୋପ ମହାଦେଶର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୁଷିଆରେ ଅବସ୍ଥିତ ୧୮,୫୧୦ ଫୁଟ (୫,୬୪୨ ମିଟର) ଉଚ୍ଚତାର ଏହି ଗିରି ଶୃଙ୍ଗର ଶିଖରକୁ ଚଢ଼ିବାରେ ତେଘବୀର ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି ହୋଇପାରିଛନ୍ତି। ସେ ଗତ ୨୦ ତାରିଖରୁ ମାଉଣ୍ଟ ଏଲ୍ବ୍ରସରେ ନିଜର ଏହି ପର୍ବତାରୋହଣ ଯାତ୍ରା ଆରମ୍ଭ କରିଥିଲେ। ଶନିବାର ସେ ଗିରିଶୃଙ୍ଗର ସର୍ବୋଚ୍ଚ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। ସାଧାରଣତଃ ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ିବା ସମୟରେ କମ୍ ଅମ୍ଳଜାନ ଏବଂ ଅସୁସ୍ଥତା ସହ ଜଡ଼ିତ ବିଭିନ୍ନ ସମସ୍ୟାରେ ପର୍ବତାରୋହୀମାନେ ପଡ଼ିଥାନ୍ତି। ତେବେ ଏସମସ୍ତ ଚ୍ୟାଲେଞ୍ଜକୁ ପରାସ୍ତ କରି ତେଘବୀର ସଫଳତାର ସହ ମାଉଣ୍ଟ ଏଲ୍ବ୍ରସ୍ର ଶିଖରରେ ପହଞ୍ଚିଥିଲେ,
ଯେଉଁଠାରେ ସାଧାରଣ ତାପମାତ୍ରା -୧୦ ଡିଗ୍ରୀ ସେଲ୍ସିୟସ ରହିଥାଏ। ତେଘ୍ବୀରଙ୍କୁ କାବାର୍ଡିନୋ-ବାଲ୍କାରିଆନ୍ ଗଣରାଜ୍ୟ (ରୁଷିଆ)ର ପର୍ବତାରୋହଣ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଫେଡେରେଶନ୍ ଦ୍ୱାରା ପ୍ରମାଣପତ୍ର ମିଳିଛି। ମାତ୍ର ୬ ବର୍ଷ ୯ ମାସ ଏବଂ ୪ ଦିନରେ ସବୁଠାରୁ କମ୍ ବୟସ୍କ ପର୍ବତାରୋହୀ ଭାବେ ସେ ମାଉଣ୍ଟ ଏଲ୍ବ୍ରସ୍ର ଶିଖରରେ ଚଢ଼ିଥିବା ନେଇ ଏହି ପ୍ରମାଣପତ୍ରରେ ଉଲ୍ଲେଖ କରାଯାଇଛି। ଏହି ସଫଳତା ସହ ପଞ୍ଜାବର ରୋପରସ୍ଥିତ ଶିଓ୍ବାଲିକ ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ତେଘବୀର ମହାରାଷ୍ଟ୍ରର ସୋଲାପୁର ନିବାସୀ ଓ୍ବାଘା କୁଶାଗ୍ରଙ୍କ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ୨୦୨୧ ଅଗଷ୍ଟ ୧୭ରେ ଓ୍ବାଘା ମାତ୍ର ୭ ବର୍ଷ ୩ ମାସର ହୋଇଥିବା ବେଳେ ମାଉଣ୍ଟ ଏଲ୍ବ୍ରସ୍ ଚଢ଼ି ବିଶ୍ୱ ରେକର୍ଡ କରିଥିଲେ।
The post ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍ବ୍ରସ୍ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର appeared first on Dharitri Odia News.