ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା -୧ ମୃତ ୧୦ ଗୁରୁତର

ଆସ୍କା : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହିତ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ଦିଲଖୁସ୍ ବସର ଡ୍ରାଇଭର ବାଳକୃଷ୍ଣ ଗୌଡ଼ ବୋଲି ପରିଚୟ ମିଳିଛି । ସୂଚନାନୁସାରେ,ଗତକାଲି ରାତିରେ’ଦିଲଖୁସ’ନାମକ […]

ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା -୧ ମୃତ ୧୦ ଗୁରୁତର
ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା -୧ ମୃତ ୧୦ ଗୁରୁତର

ଆସ୍କା : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହିତ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ଦିଲଖୁସ୍ ବସର ଡ୍ରାଇଭର ବାଳକୃଷ୍ଣ ଗୌଡ଼ ବୋଲି ପରିଚୟ ମିଳିଛି ।

ସୂଚନାନୁସାରେ,ଗତକାଲି ରାତିରେ’ଦିଲଖୁସ’ନାମକ ବସ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିଲା ବେଳେ ଅପରପଟୁ ଆସିକା ଅଭିମୁଖେ ଆସୁଥିଲା’ହ୍ୱାଇଟ ହର୍ସ’ନାମକ ଯାତ୍ରୀବାହୀ ବସ୍‌। ମାତ୍ର ଢ଼ଉଗାଁ ଛକ ନିକଟରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଥିଲେ।

ଏହି ଦୁର୍ଘଟଣାରେ ଦିଲଖୁସ୍ ବସର ଡ୍ରାଇଭର ବାଳକୃଷ୍ଣ ଗୌଡ଼ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବର ପାଇ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।