ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ…

ଭୁବନେଶ୍ୱର,୨୯।୧୨: ସୋମବାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଜିଲା ଗସ୍ତ କରିବେ । ସେ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରିବେ ନବୀନ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ଜିଲା ଗସ୍ତ କରି ଚାଷଜମୀ କ୍ଷୟକ୍ଷତି ଆକଳନ କରୁଛନ୍ତି। ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣା ଏବେ ଆଲୋଚନାର ବିଷୟ । ଶନିବାର  ବରିଷ୍ଠ […] The post ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ… appeared first on Dharitri Odia News.

ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ…

ଭୁବନେଶ୍ୱର,୨୯।୧୨: ସୋମବାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଜିଲା ଗସ୍ତ କରିବେ । ସେ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରିବେ ନବୀନ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ଜିଲା ଗସ୍ତ କରି ଚାଷଜମୀ କ୍ଷୟକ୍ଷତି ଆକଳନ କରୁଛନ୍ତି।

ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣା ଏବେ ଆଲୋଚନାର ବିଷୟ । ଶନିବାର  ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିକହିଥିଲେ, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀକୁଳକୁ ଉଦ୍ଧାର କରନ୍ତୁ। ଧାନ ଠିକ ଭାବେ ନ ଉଠିବାରୁ ଅଭାବୀ ବିକ୍ରି ହେଲା। ‘ବର୍ଷା ପାଇଁ ଧାନ ରଙ୍ଗ ବଦଳିଲା, ଚାଷୀ ହଇରାଣ ହେଉଛି। ସରକାର ସେ ଧାନ ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ ।

ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ଆସନ୍ତା ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରି ନ ଥିବା ଚାଷୀମାନେ ଏହି କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ରବିବାର ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ଏଥିସହିତ ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

The post ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ… appeared first on Dharitri Odia News.