ସ୍କୁଟିରୁ ବାହାରିଲା ସାପ
ତ୍ରିଶୂଳିଆ,୨୨।୧୦(ତୁଷାରକାନ୍ତ ବେହେରା): ବାରଙ୍ଗ ବ୍ଲକ ଅଧୀନ ତ୍ରିଶୂଳିଆ ଛକ ନିକଟରେ କୁହ୍ନେଇଁପଡ଼ା ଗ୍ରାମର ଅଜୟ ଦାଶଙ୍କ ସ୍କୁଟିରୁ ଏକ ସାପ ଉଦ୍ଧାର କରାଯାଇଛି। ଯୁବକ ଜଣକ ସାପ କାମୁଡ଼ାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମଳିଥିବା ସୂଚନା ମୁତାବକ, ଅଜୟ ତ୍ରିଶୂଳିଆ ନିକଟରେ ଥିବା ରିଲାଏନ୍ସ ଫ୍ରେସ୍କୁ ଆସିଥିଲେ। ସେଠାରୁ ଆସି ଜିନିଷ ରଖିବାକୁ ସ୍କୁଟି ଡିକି ଖୋଲିଥିଲେ। ତା’ ମଧ୍ୟରେ ଥିବା ଏକ ସାପ ବାହାରି ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା। ଯୁବକ ଜଣଙ୍କ ଗାଡ଼ି ନିକଟରୁ […] The post ସ୍କୁଟିରୁ ବାହାରିଲା ସାପ appeared first on Dharitri Odia News.
ତ୍ରିଶୂଳିଆ,୨୨।୧୦(ତୁଷାରକାନ୍ତ ବେହେରା): ବାରଙ୍ଗ ବ୍ଲକ ଅଧୀନ ତ୍ରିଶୂଳିଆ ଛକ ନିକଟରେ କୁହ୍ନେଇଁପଡ଼ା ଗ୍ରାମର ଅଜୟ ଦାଶଙ୍କ ସ୍କୁଟିରୁ ଏକ ସାପ ଉଦ୍ଧାର କରାଯାଇଛି। ଯୁବକ ଜଣକ ସାପ କାମୁଡ଼ାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ମଳିଥିବା ସୂଚନା ମୁତାବକ, ଅଜୟ ତ୍ରିଶୂଳିଆ ନିକଟରେ ଥିବା ରିଲାଏନ୍ସ ଫ୍ରେସ୍କୁ ଆସିଥିଲେ। ସେଠାରୁ ଆସି ଜିନିଷ ରଖିବାକୁ ସ୍କୁଟି ଡିକି ଖୋଲିଥିଲେ। ତା’ ମଧ୍ୟରେ ଥିବା ଏକ ସାପ ବାହାରି ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା। ଯୁବକ ଜଣଙ୍କ ଗାଡ଼ି ନିକଟରୁ ଦୂରେଇ ଆସି ସାପକୁ ବାହାର କରିବାକୁ ଚେଷ୍ଟା କରୁଥିବାବେଳେ ସାପଟି ପୁଣି ଡିକି ଭିତରକୁ ପଶିଯାଇଥିଲା। ଏହାପରେ ସେ ନରଣପୁର ଗ୍ରାମର ସାପ ଧରାଳି ଦୀପକ ସ୍ବାଇଁକୁ ଖବର ଦେଇଥିଲେ। ଦୀପକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଛାଡ଼ିଥିବା ଜଣାପଡ଼ିଛି।
The post ସ୍କୁଟିରୁ ବାହାରିଲା ସାପ appeared first on Dharitri Odia News.