ଇଥାନଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି:ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଳାଣ୍ଟରେ ପୁଣି ଶ୍ରମିକ ଅଶାନ୍ତି ଦେଖାଯାଇଛି। ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା ଚାଲିଥିବାବେଳେ ବାହ୍ୟ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଉକ୍ତ ପ୍ଲାଣ୍ଟରେ କାର୍ଯ୍ୟରତ ଅନେକ ଶ୍ରମିକ ଭଟଲି ପୋଲିସର ଫେରାଦ ହେବା ସହିତ କାର୍ଯ୍ୟବନ୍ଦ କରିଥିଲେ। ପରେ ପୋଲିସ ବୁଝାଶୁଝାର କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପ୍ରକାଶ ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ […] The post ଇଥାନଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି:ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା appeared first on Dharitri Odia News.

ଇଥାନଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି:ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଳାଣ୍ଟରେ ପୁଣି ଶ୍ରମିକ ଅଶାନ୍ତି ଦେଖାଯାଇଛି। ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା ଚାଲିଥିବାବେଳେ ବାହ୍ୟ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଉକ୍ତ ପ୍ଲାଣ୍ଟରେ କାର୍ଯ୍ୟରତ ଅନେକ ଶ୍ରମିକ ଭଟଲି ପୋଲିସର ଫେରାଦ ହେବା ସହିତ କାର୍ଯ୍ୟବନ୍ଦ କରିଥିଲେ। ପରେ ପୋଲିସ ବୁଝାଶୁଝାର କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ପ୍ରକାଶ ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ବାଉଲସିଂହାରେ ଇଥାନଲ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ୨୦୧୭ ମସିହାରୁ ୧୫୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ଲାଣ୍ଟ ନିର୍ମାଣାଧୀନ ରହିଛି। ତେବେ ଉକ୍ତ ପ୍ଲାଣ୍ଟ ହେଲେ ସ୍ଥାନୀୟ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ପ୍ଲାଣ୍ଟ କାର୍ଯ୍ୟକ୍ଷମ ପାଖେଇ ଆସୁଥିବାବେଳେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ବଢ଼ି ଚାଲିଛି।
ଗତ କିଛିଦିନ ତଳେ ଉକ୍ତ ପ୍ଲାଣ୍ଟର ବିଭିନ୍ନ ୨୦୦ପଦବୀ ପାଇଁ ଝାରଖଣ୍ଡ ରାଜ୍ୟ ରାଞ୍ଚିରେ ହୋଇଥିବା ସୂଚନା ପାଇ ଆନ୍ଦୋଳନ ତେଜି ଉଠିଥିଲା। ସେହି ନିଯୁକ୍ତିକୁ ରବ୍ଦ କରି ବରଗଡ଼ରେ ନିଯୁକ୍ତି ପ୍ରକ୍ରିୟା କରିବାକୁ ଦାବି ଜୋର୍‌ ଧରିଥିଲା। ଏହାକୁ ନେଇ ଅସନ୍ତୋଷ ଥମି ନଥିବାବେଳେ ଉକ୍ତ ପ୍ଲାଣ୍ଟରେ ପ୍ଲାଣ୍ଟରେ କାର୍ଯ୍ୟରତ ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ପ୍ଲାଣ୍ଟରେ ଅନେକ ସ୍ଥାନୀୟ ଶ୍ରମିକ କାର୍ଯ୍ୟ କରିଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ନାହିଁ। ଏପରିକି ଇପିଏଫ, ଇଏସଆଇ ଭଳି ସୁବିଧା ସୁଯୋଗରୁ ସେମାନଙ୍କୁ ବଞ୍ଚିତ କରାଯାଇଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପ୍ଲାଣ୍ଟରେ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଏ ଦିଗରେ ତ୍ୱରିତ୍‌ ପଦକ୍ଷେପ ନିଆ ନଗଲେ ଶ୍ରମିକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The post ଇଥାନଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି:ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରିବାକୁ ମସୁଧା appeared first on Dharitri Odia News.