ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ
ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ ଆସି କାଠ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଡିପୋରେ ଥିବା ଲକ୍ଷାଧିକ ଟଙ୍କାର ଜାଳେଣି କାଠ ଜଳିଯାଇଛି। ହଠାତ୍ ଡିପୋରେ ଅଗ୍ନିକାଣ୍ଡ ଘଟି ବାରୁ ନିଆଁକୁ ଆୟତ୍ତ କରିବାରେ ସମ୍ଭବ ହୋଇ ପାରି ନଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ନିଗମ କର୍ମଚାରୀମାନେ ବାମୁର ଅଗ୍ନିଶମ ବିଭାଗକୁ ସୂଚନା […] The post ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ appeared first on Dharitri Odia News.
ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ ଆସି କାଠ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଡିପୋରେ ଥିବା ଲକ୍ଷାଧିକ ଟଙ୍କାର ଜାଳେଣି କାଠ ଜଳିଯାଇଛି। ହଠାତ୍ ଡିପୋରେ ଅଗ୍ନିକାଣ୍ଡ ଘଟି ବାରୁ ନିଆଁକୁ ଆୟତ୍ତ କରିବାରେ ସମ୍ଭବ ହୋଇ ପାରି ନଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ନିଗମ କର୍ମଚାରୀମାନେ ବାମୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁକୁ ଲିଭାଇ ଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ। ଲକ୍ଷାଧିକ ଟଙ୍କାର ଥିବା ଶୁଖିଲା ଜାଳେଣି କାଠ ଜଳିଯାଇଛି। ଏଥିସହ କିଛି ମୂଲ୍ୟବାନ ଶାଗୁଆନ ଓ ଶାଳ ଗଣ୍ଡି ଜଳି ଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ହଣ୍ଡପା ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଆସି ତଦାରଖ କରୁଛନ୍ତି। ଏ ନେଇ ଉକ୍ତ ସଂସ୍ଥାର ଏସ୍ଡିଏମ୍ଏସ୍ ମୁଦୁଲିକୁ ପଚାରିବାରୁ କୌଣସି ତଥ୍ୟ ନ ଦେଇ ଘଟଣାକୁ ଏଡ଼ାଇ ଦେଇଥିଲେ।
The post ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ appeared first on Dharitri Odia News.