ବାହାଘର ପୂର୍ବରୁ ଚାଲିଗଲା ଯୁବ କଣ୍ଠଶିଳ୍ପୀଙ୍କ ଜୀବନ

ପାଟଣା,୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଶିବ ନାରାୟଣପୁର ଶାସନର ଯୁବ କଣ୍ଠଶିଳ୍ପୀ ଶ୍ରୀତମ ପଣ୍ଡା(୨୫) ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ସେ ପାଟଣା ବଜାରର ଜଣାଶୁଣା ବ୍ୟବସାୟୀ ହେମନ୍ତ କୁମାର ପଣ୍ଡାଙ୍କ ପୁଅ। ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତରେ ବିଏ ପାସ କରିଥିଲେ। ସେ ୩ଟି ଆଲବମ୍‌ରେ କଣ୍ଠ ଦାନ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ […] The post ବାହାଘର ପୂର୍ବରୁ ଚାଲିଗଲା ଯୁବ କଣ୍ଠଶିଳ୍ପୀଙ୍କ ଜୀବନ appeared first on Dharitri Odia News.

ବାହାଘର ପୂର୍ବରୁ ଚାଲିଗଲା ଯୁବ କଣ୍ଠଶିଳ୍ପୀଙ୍କ ଜୀବନ

ପାଟଣା,୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଶିବ ନାରାୟଣପୁର ଶାସନର ଯୁବ କଣ୍ଠଶିଳ୍ପୀ ଶ୍ରୀତମ ପଣ୍ଡା(୨୫) ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ସେ ପାଟଣା ବଜାରର ଜଣାଶୁଣା ବ୍ୟବସାୟୀ ହେମନ୍ତ କୁମାର ପଣ୍ଡାଙ୍କ ପୁଅ। ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତରେ ବିଏ ପାସ କରିଥିଲେ। ସେ ୩ଟି ଆଲବମ୍‌ରେ କଣ୍ଠ ଦାନ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସେ ପାନକ୍ରିୟା ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ମାର୍ଚ୍ଚ ୭ ତାରିଖରେ ଶ୍ରୀତମଙ୍କ ବାହାଘର ପାଇଁ ନିର୍ବନ୍ଧ ସରିଥିଲା। ଦେହ ଅସୁସ୍ଥ କାରଣ ଯୋଗୁ ପରିବାର ଲୋକେ ବିବାହ ସମୟ ବୃଦ୍ଧି କରିଥିଲେ।

ମୃତଦେହ ପାଟଣା ବଜାରରେ ପହଞ୍ଚିବା ପରେ ମାର୍କେଟ କମିଟି ପକ୍ଷରୁ ଏକ ଶୋଭାଯାତ୍ରାରେ ଘର ପର୍ଯ୍ୟନ୍ତ ଅଣାଯାଇଥିଲା। ତାଙ୍କ ବିୟୋଗରେ ପାଟଣା ବଜାରକୁ ଅପରାହ୍ନ ୩ଟାରୁ ସା ୫ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ପାଟଣା ବୈତରଣୀ ନଦୀକୂଳରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ ହୋଇଛି। ବଡ ଭାଇ ପ୍ରୀତମ ମୁଖାଗ୍ନି ଦେଇଥିଲେ।

The post ବାହାଘର ପୂର୍ବରୁ ଚାଲିଗଲା ଯୁବ କଣ୍ଠଶିଳ୍ପୀଙ୍କ ଜୀବନ appeared first on Dharitri Odia News.